www.samajalive.in
Sunday, December 14, 2025
23.1 C
Bhubaneswar

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଗୁପଚୁପ ନାଁ ଶୁଣିବା ମାତ୍ରେ ଅଧିକାଂଶଙ୍କ ପାଟିରୁ ଲାଳ ବାହାରେ। ବିଭିନ୍ନ ସ୍ଥାନ ନେଇ ଏହାର ଭିନ୍ନ ଭିନ୍ନ ନାଁ ଯେପରି ପାନିପୁରୀ, ଫୁଲକୀ, ପୁଚକା, ଗୋଲଗପ୍ନେ ରହିଛି। ଲୋକେ ବାହାରକୁ ଯିବା ମାତ୍ରେ ଚଟପଟା ଖାଦ୍ୟ ତାଲିକାରେ ପ୍ରାୟତଃ ଗୁପଚୁପ ଖାଇବାକୁ ପସନ୍ଦ କରି ଥାଆନ୍ତି। ସାଧାରଣତଃ ଏହାକୁ ତେନ୍ତଳି ପାଣି, ପୁଦିନା ପାଣି କିମ୍ବା ଖଟାମିଠା ପାଣି ସହ ଖିଆଯାଏ। ଗୁପଚୁପ ଭିତରେ ଥାଏ ଆଳୁର ଚଟପଟି ଚଟଣି। ମାତ୍ର ଗୁଜୁରାଟର ଅହମଦାବାଦରେ ଜଣେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ଏକ ଭିନ୍ନ ଧରଣର ଗୁପଚୁପ ବିକ୍ରି କରୁଛନ୍ତି। ଏହି ଗୁପଚୁପରେ ଆଳୁ ବଦଳରେ ଡ୍ରାଏ ଫ୍ରୁଟ୍ସ ଓ ସରବତ ସାମିଲ ରହିଛି। ଏହାକୁ ସୁନାଥାଳିରେ ସୁନା ଓ ଚାନ୍ଦି ପରସ୍ତ ସହ ବିକ୍ରି କରାଯାଉଛି। ନିକଟରେ ଜଣେ ଫୁଡ୍ ବ୍ଲଗର ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେଉଛି।

ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ୩ଟି ଗଛ ; ଖାଲି ହେବ ପର୍ସରୁ ଟଙ୍କା..

- Advertisement -


ଭିଡିଓରେ ଦେଖାଯାଉଛି, ଗୁପଚୁପ ବିକ୍ରେତା ଭିନ୍ନ ଶୈଳୀରେ ଏହାକୁ ଦେଉଛନ୍ତି। ଗୁପଚୁପରେ କଟା ଯାଇଥିବା ବାଦାମ, କାଜୁ ଓ ପିସ୍ତାକୁ ମିଶାଇ ପୁର ଭଳି ଦେଉଛନ୍ତି। ଏହାପରେ କିଛି ମହୁ ମିଶାଉଛନ୍ତି। ସୁନା ଓ ଚାନ୍ଦି ପରସ୍ତ ଲଗାଉଛନ୍ତି। ଏହାକୁ ଛୋଟ ଛୋଟ ଗ୍ଲାସରେ ସରବତ ରଖି ଏହାକୁ ଦେଉଛନ୍ତି। ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories