ମୋଦୀଙ୍କ ‘ଘର ମେ ଘୁସ କର…’ ମନ୍ତବ୍ୟ ଉପରେ ଆମେରିକାର ପ୍ରତିକ୍ରିୟା
ଡେସ୍କ: ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର ପାକିସ୍ତାନ ମାଟିରେ ଭାରତର ଆତଙ୍କବାଦ ବିରୋଧୀ ଅଭିଯାନ ସମ୍ପର୍କିତ ଅଭିଯୋଗ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଖୋଜିବା ଉଚିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀଙ୍କୁ ମାରିବା ପାଇଁ ସୀମା ଅତିକ୍ରମ କରିବାକୁ ଭାରତ ପଛଘୁଞ୍ଚା ଦେବ ନାହିଁ ବୋଲି ନିକଟରେ ଦେଇଥିବା ବୟାନ ସମ୍ପର୍କରେ ପଚରାଯିବାରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, “ଆମେରିକା ଏହା ମଝିରେ ପ୍ରବେଶ କରିବ ନାହିଁ, କିନ୍ତୁ ଆମେ ଉଭୟ ଭାରତ ଏବଂ ପାକିସ୍ତାନକୁ ଉତ୍ତେଜନା ଏଡ଼ାଇବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ପ୍ରୋତ୍ସାହିତ କରୁଛୁ।
Comments are closed.