www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱଦେଶୀ ଜ୍ଞାନକୌଶଳ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡେସ୍କ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ ସମସ୍ତ ସବ୍ ସିଷ୍ଟମ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର ସୁ-୩୦-ଏମ୍ କେ-୧ ବିମାନରୁ ମଧ୍ୟ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ନଜର ରଖାଯାଇଥିଲା।

ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

- Advertisement -

​ଏହି କ୍ଷେପଣାସ୍ତ୍ର ୱେ ପଏଣ୍ଟ ନେଭିଗେସନ୍ ବ୍ୟବହାର କରି ଆବଶ୍ୟକ ପଥ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସମୁଦ୍ର-ସ୍କିମିଂ ଉଡ଼ାଣ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁସ୍ଥିତ ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଜିଟିଆରଇ) ଦ୍ୱାରା ବିକଶିତ ଏହି ସ୍ୱଦେଶୀ ପ୍ରୋପଲସନ ସିଷ୍ଟମ ସଫଳ ଭାବେ କାର୍ଯ୍ୟ କରିଥିବା ଜଣାପଡିଛି।

ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଭିଓନିକ୍ସ ଏବଂ ସଫ୍ଟୱେୟାର ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରକୁ ବେଙ୍ଗାଲୁରୁସ୍ଥିତ ଡିଆରଡିଓ ପରୀକ୍ଷାଗାର ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ବିକଶିତ କରିବା ସହ ଅନ୍ୟାନ୍ୟ ପରୀକ୍ଷାଗାର ଏବଂ ଭାରତୀୟ ଉଦ୍ୟୋଗର ଯୋଗଦାନ ରହିଛି। ଏହି ପରୀକ୍ଷଣକୁ ଡିଆରଡିଓର ବିଭିନ୍ନ ପରୀକ୍ଷାଗାରର ବହୁ ବରିଷ୍ଠ ବୈଜ୍ଞାନିକ ଓ ପ୍ରତିନିଧିମାନେ ଦେଖିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଟିସିଏମର ସଫଳ ଉଡ଼ାଣ-ପରୀକ୍ଷଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସ୍ୱଦେଶୀ ପ୍ରୋପଲସନ ଦ୍ୱାରା ପରିଚାଳିତ ସ୍ୱଦେଶୀ ଲମ୍ବା ଦୂରତା ସବ୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ବିକାଶ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ।


ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ଆଇଟିସିଏମ୍ ଉତକ୍ଷେପଣର ସଫଳ ପରିଚାଳନା ପାଇଁ ଡିଆରଡିଓର ସମଗ୍ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories