www.samajalive.in
Sunday, December 14, 2025
19.1 C
Bhubaneswar

କୋଟିଆ ଭୋଟରଙ୍କ ପାଇଁ ନିର୍ବାଚନ ସାଜିଛି ମୁଣ୍ଡବ୍ୟଥାର କାରଣ

ପଟାଙ୍ଗି: ବିବାଦୀୟ କୋଟିଆ ପଞ୍ଚାୟତର ୨୧ଖଣ୍ଡ ଗ୍ରାମର ବାସିନ୍ଦା ଚଳିତ ନିର୍ବାଚନରେ ଉଭୟ ରାଜ୍ୟ ସରକାରଙ୍କୁ କିଭଳି ସନ୍ତୁଷ୍ଟ କରିବେ ସେନେଇ ଚିନ୍ତିତ ଥିବା ଜଣାପଡିଛି। କାରଣ ସୀମାନ୍ତରେ ଥିବା ଏହି ବିବାଦୀୟ ଗ୍ରାମ ବାସିନ୍ଦା ଉଭୟ ରାଜ୍ୟର ସରକାରୀ ସୁବିଧା ହାତେଇ ଆସୁଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ସରକାରଙ୍କୁ ଖୁସ୍ ରଖି ଆଗାମୀ ଦିନରେ ସେମାନଙ୍କଠାରୁ ପାଉଥିବା ସମସ୍ତ ସୁବିଧା ଯେମିତି ହାତଛଡ଼ା ନ ହୁଏ ସେଥିପାଇଁ ଗ୍ରାମ ବାସିନ୍ଦାଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତ ଚାଲିଛି। ଚଳିତ ସାଧାରଣ ନିର୍ବାଚନରେ ଆନ୍ଧ୍ର-ଓଡ଼ିଶା ସିମାନ୍ତ କୋରାପୁଟ ଏବଂ ପାର୍ବତୀ ପୁରମ ମାନ୍ୟମ ଜିଲାରେ ମେ’ ୧୩ରେ ଭୋଟ୍‌ ଗ୍ରହଣ ହେବ। ବିବାଦୀୟ ଗ୍ରାମବାସୀ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଉଣା ଅଧିକ ସୁବିଧା ହାତେଇ ଆସୁଛନ୍ତି ଏବଂ ଦୀର୍ଘବର୍ଷରୁ ଉଭୟ ରାଜ୍ୟର ପଞ୍ଚାୟତ ଏବଂ ସାଧାରଣ ନିର୍ବାଚନରେ ଅଂଶ ଗ୍ରହଣ କରି ଉଭୟ ରାଜ୍ୟର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି। ବିବାଦୀୟ ଗ୍ରାମବାସୀ ଉଭୟ ରାଜ୍ୟରେ ଭୋଟ ଦେବାକୁ ପ୍ରସ୍ତୁତ ଥିବାବେଳେ କିଭଳି ଭାବେ ଉଭୟ ରାଜ୍ୟକୁ ସନ୍ତୁଷ୍ଟ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି।

ଆରପାରିରେ ବରିଷ୍ଠ ଅଭିନେତା ସଚ୍ଚି ଦାସ

- Advertisement -

୨୧ ଖଣ୍ଡ ଗ୍ରାମରୁ ନିଶ୍ଚିତ ଭାବେ କୋଟିଆ, ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ଗ୍ରାମବାସୀ ପ୍ରଥମେ ଓଡ଼ିଶାରେ ଭୋଟ୍ ଦେବେ। କିନ୍ତୁ ଅନ୍ୟ ୧୮ ଖଣ୍ଡ ଗ୍ରାମବାସୀ ଯଥା ଡଲିଆମ୍ବ, ମାଡକାର, ସଲପଗୁଡା କୋନାଦୋରା, ଫଗୁଣ ସିନେରୀ, ଫାଟୁସିନେରୀ, ହରମାଣ୍ଡାଙ୍ଗି, ତଳସେମ୍ବି ଉପରସେମ୍ବି, ଧୁଳିପଦର, ରଣାସିଂ, ତାଡିବାଲାସା ଆରଜୁବାଲସା ନେରେଡିବାଲସା, ମହିପାଣି ଆଦି ଗ୍ରାମବାସୀ କିଭଳି ଉଭୟ ରାଜ୍ୟରେ ନିଜର ମତ ସାବ୍ୟସ୍ତ କରିବେ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।‌ ଏ ସମ୍ପର୍କରେ କୋଟିଆ ପଞ୍ଚାୟତ ସରପଞ୍ଚ ଲିୟୁ ଗେମେଲଙ୍କ କହିବା କଥା, ବିବାଦୀୟ ଗ୍ରାମବାସୀଙ୍କ କଥା ସ୍ପଷ୍ଟ ଯେ ସେମାନେ ଉଭୟ ରାଜ୍ୟରୁ ସୁବିଧା ପାଇ ଆସୁଥିବାରୁ ଉଭୟ ରାଜ୍ୟରେ ମତଦାନ କରିବେ। ସେମାନେ ଯଦି ପ୍ରଥମେ ଓଡ଼ିଶାରେ ଭୋଟ୍ ଦେବେ ତେବେ ଓଡ଼ିଶା ପକ୍ଷରୁ ଆନ୍ଧ୍ରପ୍ରଦେଶରେ ଭୋଟ୍ ଦେବାକୁ ପ୍ରତିବନ୍ଧ ନ ଲାଗୁ। ଯଦି ପ୍ରତିବନ୍ଧକ ଲାଗିବ ତେବେ ସେମାନେ ଓଡ଼ିଶା ପଟେ ଆଗ ଭୋଟ ଦେବାକୁ ଡରିବେ। ତେଣୁ ଗ୍ରାମବାସୀ କ’ଣ କରିବେ ସେନେଇ ଦ୍ବନ୍ଦ୍ବରେ ଅଛନ୍ତି। ସେହିପରି ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲଙ୍କ ମଧ୍ୟ ଅନୁରୂପ ମତ ରହିଛି। କିଛି ଭୋଟରଙ୍କ ମତ ଭୋଟଦାନ ସମୟରେ ସେମାନଙ୍କ ଅଙ୍ଗୁଳିରେ କଳା ନ ଲଗାଇଲେ ଭଲ। ଅଙ୍ଗୁଳି କଳାକୁ ଆଧାର କରି ଯଦି ଭୋଟ୍ ଦେଇ ନ ହେବ ତାହେଲେ ସମାସ୍ୟା ଉପୁଜିବ ବୋଲି ଭୋଟରଙ୍କ ମନରେ ପ୍ରଶ୍ନ ଉଠୁଛି। ଏଭଳି ବିଭିନ୍ନ ଦିଗକୁ ନେଇ ସୀମାନ୍ତ ବିବାଦୀୟ କୋଟିଆ ଭୋଟରଙ୍କ ମନରେ ଶଙ୍କା ଉପୁଜିଥିବା ଲକ୍ଷ୍ୟ କରାଯାଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories