www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ ହାତରେ ସାଇବର ଠକ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ : ୪ଜଣଙ୍କୁ ବାନ୍ଧିଲା ସାଇବର ଥାନା

ଭୁବନେଶ୍ୱର: କମିସନରେଟ ପୁଲିସ ହାତରେ ଧରାପଡିଛନ୍ତି ସାଇବର ଠକ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ। ସାଇବର ଥାନା ପୁଲିସ ଗ୍ୟାଙ୍ଗର ୪ଜଣ ଠକଙ୍କୁ ଗିରଫ କରିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ହେଉଛି ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଞ୍ଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବନଲତା ସାହୁ। ଉଭୟ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏକାମ୍ର ବିହାରରେ ରହୁଥିଲେ। ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀର ଜିଲାର ମାନସ ରଞ୍ଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ।
ଡିସିପିଙ୍କ ସୂଚନା ଅନୁସାରେ ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିଲେ ଏହି ଗ୍ୟାଙ୍ଗ। କଲ କରି ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଟଙ୍କା ପାଇବା ପାଇଁ ଲୋଭନୀୟ ଅଫର ଦେଉଥିଲା ଗ୍ୟାଙ୍ଗ। ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଚୁନା ଲଗାଉଥିଲେ। ଗତ ୧୧ତାରିଖରେ ମଞ୍ଚେଶ୍ୱର ଥାନା ଅଂଚଳର ଅବଦୁଲ ଆକବର ଖାନ ଏହି ଠକେଇର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ଅବଦୁଲ। ଏହାପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories