www.samajalive.in
Saturday, December 13, 2025
21.1 C
Bhubaneswar

ଏମ୍ସରେ ଉନ୍ନତ ଏୟୁଏସ୍‌ ପ୍ରତିରୋପଣ ସେବା ଆରମ୍ଭ

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ଫିଙ୍କ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏହି ସେବା ଗୁରୁତର ମୂତ୍ର ରୋଗରେ ପୀଡ଼ିତଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛି। ପୂର୍ବରୁ ଏହି ପ୍ରକାର ପ୍ରତିରୋପଣ କେବଳ ଦେଶର କିଛି ବଡ଼ ସହରରେ ଉପଲବ୍ଧ ଥିଲା। କୃତ୍ରିମ ୟୁରିନାରୀ ସ୍ଫିଙ୍କ୍ଟର ପ୍ରତିରୋପଣ ପ୍ରଣାଳୀ ମୂତ୍ର ରୋଗୀଙ୍କ ପାଇଁ ସର୍ବୋଚ୍ଚ ଚିକିତ୍ସା ଭାବରେ ସ୍ୱୀକୃତିପ୍ରାପ୍ତ। ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. ଆଶୁତୋଷ ବିଶ୍ବାସ ଏହି ଅତ୍ୟାଧୁନିକ ସେବା ଆରମ୍ଭରେ ଖୁସିବ୍ୟକ୍ତ କରିବା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ବରରେ ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ପାଇଁ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ୟୁରୋଲୋଜିଷ୍ଟ ଏବଂ କୁଶଳୀ ସର୍ଜନଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହେବ। ଏମ୍ସ ଭୁବନେଶ୍ବରରେ ଏଣ୍ଡ୍ରୋଲୋଜି ଚିକିତ୍ସା ଯୋଗାଉଥିବା ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡା. ସମ୍ବିତ ତ୍ରିପାଠୀଙ୍କ ମତରେ ବ୍ୟାପକ ତଥା ଉନ୍ନତ ଚିକିତ୍ସା ପ୍ରଦାନ ପାଇଁ ଏହା ପ୍ରତିବଦ୍ଧତାର ପ୍ରମାଣ। ୟୁରୋଲୋଜି ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ ନାୟକ, ଏମ୍‌ସ ମେଡିକାଲ୍ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା ଅଭିନନ୍ଦନ ଜଣାଇଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories