www.samajalive.in
Sunday, December 14, 2025
15.1 C
Bhubaneswar

ପ୍ରାର୍ଥୀତ୍ୱକୁ ବିରୋଧ କରି ଛାମୁଆଁ ସଙ୍ଗଠନ କର୍ମକର୍ତ୍ତାଙ୍କ ବିକ୍ଷୋଭ

କେନ୍ଦୁଝରଗଡ଼଼: ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାଏକଙ୍କୁ ପାଟଣା ବିଧାନସଭା ଆସନ ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। ଶ୍ରୀ ନାଏକ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ପଦରୁ ଫେବୃୟାରୀ ୨୦୧୯ରେ ସ୍ୱେଛାକୃତ ଅବସର ପରେ ବିଜେପିରେ ଯୋଗଦେଇ ପାଟଣା ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା ନିମନ୍ତେ ନିଜକୁ ପ୍ରସ୍ତୁତ କରିଥିଲେ। ତେବେ ତାଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ୨୦୧୯ ନିର୍ବାଚନରେ ପାଟଣା ବିଧାନସଭା ଆସନରୁ ସ୍ୱାଧିନ ଭାବେ ପ୍ରତିଦ୍ୱନ୍ଦିତା କରି ୮୦୭୪ଖଣ୍ଡ ଭୋଟ ପାଇ ନିଜର ଲୋକପ୍ରିୟତା ପ୍ରମାଣିତ କରିଥିଲେ। ଏହାପରେ ଶ୍ରୀ ନାଏକ ଦଳୀୟ ସଙ୍ଗଠନ ସହ ଜଡିତ ରହି ବର୍ତ୍ତମାନ ସେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଓ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସକ୍ରିୟ ଥିବାବେଳେ ପାଟଣା ନିର୍ବାଚନମଣ୍ଡଳୀରେ ତାଙ୍କର ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ଚଳିତଥର ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ପାଟଣା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ମଙ୍ଗଳବାର ଶ୍ରୀ ନାଏକଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଜିଲା ବିଜେପି ସଭାପତିଙ୍କ ଏକାନ୍ତ ଅନୁଗତ ବୋଲାଉଥିବା ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ପାଟଣା ନିର୍ବାଚନମଣ୍ଡଳୀର ବହୁ ନେତା ଓ କର୍ମୀଙ୍କ ସମେତ ଜିଲା ଛାମୁଆଁ ସଙ୍ଗଠନର କେତେକ ପଦାଧିକାରୀ ଅପରାହ୍ନ ପ୍ରାୟ ୩ଟାରେ ଜିଲା ବିଜେପି କାର୍ଯ୍ୟାଳୟରେ ପଶି ଅଖିଳ ନାଏକଙ୍କ ପ୍ରାର୍ଥୀତ୍ୱକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ଜିଲା ବିଜେପିର ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଜିଲା ସମ୍ପାଦକ ହେମରଞ୍ଜନ ବାରିକ, ଜିଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କମଳାକାନ୍ତ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ଅସନ୍ତୁଷ୍ଟ ବିଜେପି ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ‘ରାଜ୍ୟ ବିଜେପିର ମନମାନି ଚଳିବ ନାହିଁ, ବିରଞ୍ଚି ତ୍ରିପାଠୀ ହାଏ ହାଏ’ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଜିଲା ବିଜେପି ଅନୁମୋଦିତ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଜିଦ୍‌‌ ଧରିଥିଲେ। ତେବେ ସାଂସଦ ପ୍ରାର୍ଥୀ ଶ୍ରୀ ନାୟକଙ୍କ ସମେତ ଜିଲା ବିଜେପିର କେତେକ ପ୍ରମୁଖ କର୍ମକର୍ତ୍ତା ଏ ସମ୍ପର୍କରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ ଯେ, ଜିଲା ବିଜେପିର ଏକ ପ୍ରମୁଖ ଗୋଷ୍ଠୀ ପୂର୍ବତନ ଜିଲାପରିଷଦ ସଭାପତି ମମିତା ନାଏକଙ୍କୁ ଏହି ଆସନରୁ ପ୍ରାର୍ଥୀ ପାଇଁ ଅଣ୍ଟା ଭିଡିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories