www.samajalive.in
Sunday, December 7, 2025
23.1 C
Bhubaneswar

ଆଇପିଏଲ ମହାସମର: ଆଜି ଦିଲ୍ଲୀ କ୍ୟାପିଟାଲ୍ସ -ଗୁଜରାଟ ଟାଇଟାନ୍ସ ଟକ୍କର

ଅହମ୍ମଦାବାଦ୍‌ : ଆଇପିଏଲ ମହାସମର। ଆଜି ଅହମ୍ମଦାବାଦ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ରହିଛି।  ଗୁଜରାଟ ଟାଇଟାନ୍ସ ୬ଟି ମ୍ୟାଚରୁ ୩ ଟି ବିଜୟ ଓ ୩ ଟି ପରାଜିତ ହୋଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଶୁବମାନ୍‌ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। ଅସ୍ଥିର ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଦଳ ମୁମ୍ବଇ ଇଣ୍ଡିଆନ୍‌ସ, ସନରାଇଜର୍ସ ହାଇଦରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିବାବେଳେ ଚେନ୍ନାଇ ସୁପରକିଙ୍ଗ୍ସ, ପଞ୍ଜାବ କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ନିକଟରୁ ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ୩ ୱିକେଟରେ ପରାଜିତ କରିଥିଲା। ଯାହା ଦଳର ମନୋବଳକୁ ବୃଦ୍ଧି କରିବ। ବ୍ୟାଟିଂରେ ଓପନର ଶୁବମାନ ଗିଲ୍‌ଙ୍କ ସହ ସାଇ ସୁଦର୍ଶନ ମଧ୍ୟ ରନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ୱେଡ୍‌, ଅଭିନବ ମନୋହର, ବିଜୟ ଶଙ୍କର, ରାହୁଲ ତିୱାତିଆ,ସାହାରୁଖ ଖାନ ପ୍ରମୁଖ ରହିଛନ୍ତି। ବ୍ୟାଟିଂ ଭାର ମୁଖ୍ୟତଃ ଗିଲ୍‌, ସାଇ ସୁଦର୍ଶନ ଓ ମାଥ୍ୟୁ ୱେଡ୍‌ଙ୍କ ଉପରେ ନିର୍ଭର କରୁଛି। ବୋଲିଂରେ ଉମେଶ ଯାଦବ, ସ୍ପିନସର ଜନସନ, ରସିଦ ଖାନ, ନୂର ଅହମ୍ମଦ, ମୋହିତ ଶର୍ମା ରହିଛନ୍ତି। ରସିଦ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବା ଦଳକୁ ସହାୟକ ହେଉଛି। ଦିଲ୍ଲୀ ବିପକ୍ଷ ମ୍ୟାଚରେ ଦଳକୁ ବ୍ୟାଟିଂ ବିଭାଗରେ ସୁଧାର ଆଣିବାକୁ ପଡ଼ିବ। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। ବ୍ୟାଟିଂରେ ପୃଥ୍ବୀ ସ, ଡେଭିଡ୍‌ ୱାର୍ଣ୍ଣର, ଜ୍ୟାକ୍‌ ଫ୍ରାସର ମ୍ୟାକଗୁକ୍‌ ଓ ପନ୍ତ୍‌ ରହିଛନ୍ତି। ଏହାବାଦ୍‌ ସାଇ ହୋପ୍‌ ଓ ତ୍ରିଷ୍ଟାନ ଷ୍ଟବ୍‌ସ ମଧ୍ୟ ବ୍ୟାଟ୍‌ସମ୍ୟାନ ଭାବେ ଖେଳୁଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୩ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଗୁଜରାଟ ଟାଇଟାନ୍ସ ୨ଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଦୁଇ ଦଳ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories