www.samajalive.in
Sunday, December 14, 2025
26.1 C
Bhubaneswar

କାଳବୈଶାଖୀ ବର୍ଷା: ବଜ୍ରପାତ ନେଲା ୫ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ପାଟକୁରାରେ ୩ ଜଣ, ଆଳି ଓ କେନ୍ଦ୍ରାପଡ଼ା ସଦର ଅଞ୍ଚଳରେ ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗାଁର ଆଶୁତୋଷ ଜେନା, ପୁଣ୍ଡିଲୋ ଗାଁର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଓ ତଳକୁସୁମା ପଞ୍ଚାୟତ ବାରୁଣା ଗାଁର ଶିବ ପ୍ରସାଦ ସାହୁ । ଅନ୍ୟ ୨ ମୃତକ ହେଲେ ଆଳି ଥାନା ଶାଳିଅଞ୍ଚ ଗାଁର ଅନିଲ ବେହେରା  ଓ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଓସ୍ତପୁର ପଞ୍ଚାୟତ ବୀରସ୍ୱତୀ ଗାଁର ଅମ୍ବିକା ମଳିକ। ବଙ୍ଗାରୀ ଗାଁର ଅଭିର ଜେନାଙ୍କ ସାନ ପୁଅ ଆଶୁତୋଷ କୋରୁଆ ଲୋକନାଥ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିଲେ। ଆଶୁତୋଷ ନିଜ ଘର ସମ୍ମୁଖରେ ଠିଆ ହୋଇଥିବାବେଳେ ବଜ୍ରପାତ ଘଟିବାରୁ ତାଙ୍କ ବାମ ପଟ ଜଳିଯାଇଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଅସେହିପରି ପୁଣ୍ଡିଲୋ ଗାଁର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଘର ଛାତ ଉପରକୁ ଲୁଗା ଆଣିବାକୁ ଯାଇଥିବାବେଳେ ବଜ୍ରପାତ ଘଟିବାରୁ ସେ ପଡ଼ିଯାଇଥିଲେ। ଉଭୟଙ୍କୁ ୧୦୮ ଆମ୍ବଲାନ୍ସରେ ପାଟକୁରା ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନୁରୂପ ଭାବେ ତଳକୁସୁମା ପଞ୍ଚାୟତ ବାରୁଣା ଗାଁର ଶିବ ପ୍ରସାଦ ସାହୁ ମୁଗ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ପାଟକୁରା ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଆଳି ଥାନା ଶାଳିଅଞ୍ଚ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ଣରେ ଶାଳିଅଞ୍ଚ ଗାଁର ବିଷ୍ଣୁ ଚରଣ ବେହେରାଙ୍କ ପୁଅ ଅନିଲ ବେହେରା ବିଲରେ କାମ କରୁଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ଘଟିଥିଲା। ସେ ତଳେ ପଡି ଯାଇଥିଲେ। ନିକଟରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories