www.samajalive.in
Sunday, December 14, 2025
14.1 C
Bhubaneswar

କଲ୍ୟାଣସିଂହପୁରରେ ଚୈତରାଇ ଘଣ୍ଟପର୍ବ ଆରମ୍ଭ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଚୈତରାଇ ଘଟ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରୀ ୯ଘଣ୍ଟା ସମୟରେ ମାଙ୍କ ପୀଠରେ  ପୂଜାର୍ଚ୍ଚନା କରାଯାଇଛି।  ମା’ଙ୍କ ପାଦ ବେହେରା ସାହିରେ ଥିବା ପାଟଖଣ୍ଡା ମନ୍ଦିରକୁ ଅଣାଯାଇଥାଏ । ମା’ଙ୍କ ପାଦ ଆଣିବାବେଳେ ବାଦ୍ୟ, ଶଙ୍ଖ, ହୁଳହୁଳି, ବାଣ ଫୁଟାଇ ମା’ଙ୍କ ପାଖରେ ମାନସିକ କରିଥିବା ଲୋକମାନେ ରାସ୍ତାରେ ଲୁଗା ବିଛାଇ ପାଛୋଟି ଆଣିଥାନ୍ତି । ଏହି ଘଟପର୍ବ ଆଜି ମଙ୍ଗଳବାରଠାରୁ ଆରମ୍ଭ ହୋଇ ୯ଦିନ ଧରି ଚାଲିବ । ଉକ୍ତ ଘଟକୁ ପାଟହାଣ୍ଡି ଓ ଚାଙ୍ଗୁଡ଼ିକୁ ପୂଜକମାନେ ଧରି ବ୍ଲକର ୧୪ଟି ପଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମର ଏକ ଅସ୍ଥାୟୀ ମଣ୍ଡପକୁ ନେଇ ଘଟକୁ ବିରାଜ ମାନ କରାନ୍ତି । ସେହି ଗାଁର ବା ଅଞ୍ଚଳର ଲୋକମାନେ ରୀତିନୀତି ଅନୁଯାୟୀ ପୂଜାପାଠ କରିଥାନ୍ତି ।

୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା

- Advertisement -

ପ୍ରଥମ ଦିନ ମାଙ୍କ ଚୈତରାଇ ଘଟ ପ୍ରଥମେ ମନ୍ଦିର ପରିଛାଙ୍କ ଘରୁ ପୂଜା ପାଇବା ପରେ ହଁ ସ୍ଥାନୀୟ ଅଞ୍ଚଳରେ ଥିବା ପ୍ରତ୍ୟେକ ଘର ଘର ବୁଲି ମାଆ ପୂଜାପାଇଥାନ୍ତି । ଆସନ୍ତା କାଲିଠାରୁ ଘଟ ବ୍ଲକର ପ୍ରତ୍ୟେକ ଗାଁ ଗାଁ ଦିନରେ ବୁଲିବା ପରେ ରାତ୍ର ନିଜ ମଣ୍ଡପକୁ ଫେରି ଆସିଥାନ୍ତି । ଏହିପର୍ବ ଗ୍ରାମର ମଙ୍ଗଳ, ବନ୍ୟା ପରିସ୍ଥିତି ସୁରକ୍ଷା, ମରୁଡ଼ିରକ୍ଷା କରିବା, ଗାଁ କୁ ଘଣ୍ଟ ଘୋଡାଇ ରଖିବା ପାଇଁ ପୂଜାପାଠ କରିଥାନ୍ତି ।  ୯ଦିନ ପରେ ମାଙ୍କୁ ଶୀତଳ ଭୋଗ ଦେଇ ଉଦଯାପନ କରାଯିବ। ଏହି ଘଟଯାତ୍ରାକୁ ଗ୍ରାମର ବୟଜ୍ୟେଷ୍ଠ ,ବୁଦ୍ଧିଜୀବୀ ,ସ୍ଥାନୀୟ ସରପଞ୍ଚ ପ୍ରମୁଖ ପରିଚାଳନା କରୁଥିବା ଜଣାପଡିଛି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories