www.samajalive.in
Saturday, December 6, 2025
26.1 C
Bhubaneswar

ଓଆରଏଚଡିସି ଦୁର୍ନୀତି ମାମଲା: ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି

ଭୁବନେଶ୍ଵର: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ(ଓଆରଏଚଡିସି) ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ଵସ୍ତି ମିଳିଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି ସୁପ୍ରିମକୋର୍ଟ। ଏପ୍ରିଲ ୨୨ରେ ପରବର୍ତ୍ତୀ ଶୁଣାଣି। ସେପର୍ଯ୍ୟନ୍ତ ମୋକିମଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବନାହିଁ। ଏଠାରେ ସୂଚନାଯୋଗ୍ୟ, ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡ ହାଇକୋର୍ଟ କାଏମ ରଖିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି; ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା

- Advertisement -

ଓଆରଏଚଡିସି ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଏପ୍ରିଲ ୧୦ ରାୟକୁ କଟକ ବିଧାୟକ ମହମ୍ମଦ ମୋକିମ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୧୯ ବର୍ଷ ପୂର୍ବର ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମେଟ୍ରୋ ବିଲଡର୍ସ ପ୍ରାଇଭେଟ ଲିମିଟେଡ଼ର ତତ୍କାଳୀନ ପରିଚାଳନା ନିର୍ଦେଶକ ମହମ୍ମଦ ମୋକିମଙ୍କୁ ଦେଇଥିବା ୩ ବର୍ଷ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିଲେ। ଯଦ୍ୱାରା ୨୦୨୪ ନିର୍ବାଚନରେ କଟକ-ବାରବାଟୀ ବିଧାନସଭା କ୍ଷେତ୍ରରୁ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ସୁଯୋଗ ଦେବା ପାଇଁ କ୍ରିମିନାଲ ଅପିଲ ସଂଖ୍ୟା ୮୮୦/୨୦୨୨ରେ ଓଡ଼ିଶା ହାଇକୋର୍ଟଙ୍କ ୨୦୨୪ ଏପ୍ରିଲ ୧୦ ରାୟ ଉପରେ ରହିତାଦେଶ ଜାରି ସହ ଦଣ୍ଡାଦେଶ ଉପରେ ନିଲମ୍ବନ ଆଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ନିବେଦନ କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories