www.samajalive.in
Saturday, December 6, 2025
26.1 C
Bhubaneswar

ଖରାଦିନରେ ଏମିତି ସରଳ ଉପାୟରେ ନିଅନ୍ତୁ ପାଦର ଯତ୍ନ..

ଖରାଦିନରେ ତ୍ୱଚାର ଯତ୍ନ ସହ ପାଦର ଯତ୍ନ ନେବା ନିତାନ୍ତ ଜରୁରୀ। କାରଣ ଅତ୍ୟଧିକ ଖରା,ଧୂଳି କାରଣରୁ ପାଦ ଅତ୍ୟଧିକ ଅପରିଷ୍କାର ସହ କଳା ହୋଇ ଯାଏ। ପାଦ ସଫା ନକରିବା ଦ୍ୱାରା ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ତେବେ ପାଦ ରଙ୍ଗ ସଫା ଓ ଗୋରା କରିବା ପାଇଁ ଏହି ସରଳ ଉପାୟ ବିଷୟରେ ଜାଣନ୍ତୁ।

ପ୍ରତ୍ୟେକ ଦିନ ସ୍ନାନ କରିବା ସମୟରେ ପାଦକୁ ସାବୁନ୍ ଓ ଉଷୁମ ପାଣିରେ ନିଶ୍ଚୟ ସଫା କରନ୍ତୁ। ସ୍ନାନ ପରେ ପାଦକୁ ଭଲ ଭାବେ ପୋଛି ଦିଅନ୍ତୁ।

- Advertisement -

ସର୍ବଦା ସଫା ମୌଜା ଓ ଜୋତା ପିନ୍ଧନ୍ତୁ। ବାହାରକୁ ଯିବା ମାତ୍ରେ ଜୋତା ପିନ୍ଧନ୍ତୁ।

ଦେଖନ୍ତୁ ମନଛୁଆଁ ଭିଡିଓ: ଛୁଆହାତୀ ଗାଧୋଇବ ବୋଲି କୁମ୍ଭୀର ସହ ଏମିତି କଲା ମାଆ..

ଫଳ ସ୍କ୍ରବ ବ୍ୟବହାର କରନ୍ତୁ। ବିଶେଷ କରି ଚିନି ମିଶ୍ରିତ ସ୍କ୍ରବ ପାଦ ପାଇଁ ଅଧିକ ଉପକାରୀ।

ଶୋଇବା ପୂର୍ବରୁ ପାଦକୁ ସଫା କରି ପାଦ ପାଇଁ ମଶ୍ଚୁରାଇଜର ବ୍ୟବହାର କରନ୍ତୁ।

ଏମିତି ସଫା କରିବେ ପାଦ..
ଏକ କୁଣ୍ଡରେ ଉଷୁମ ପାଣି ନିଅନ୍ତୁ। ସେଥିରେ କିଛି ସାମ୍ପୁ ମିଶାନ୍ତୁ। ବର୍ତ୍ତମାନ ନିଜ ପାଦକୁ ୧୦ ମିନିଟ୍ ଯାଏଁ ପାଣିରେ ବୁଡାଇ ରଖନ୍ତୁ। ଏହାଦ୍ୱାରା ପାଦର ଅସନା ଭଲ ଭାବେ ସଫା କରି ହେବ। ୧୦ ମିନିଟ୍ ପରେ ବ୍ରଶ (ପାଦ ସଫା) ଦ୍ୱାରା ଭଲ ଭାବେ ସଫା କରନ୍ତୁ। ଏହାପରେ ପାଦକୁ ଭଲ ଭାବେ ପୋଛି ମଶ୍ଚୁରାଇଜରରେ ମାଲିସ କରନ୍ତୁ।

ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories