www.samajalive.in
Saturday, December 6, 2025
26.1 C
Bhubaneswar

କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୫ କୋଟି ଠକେଇ : ଦୁଇ ଗିରଫ

ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସଂସ୍ଥାର ମୁଖ୍ୟ ସମେତ ୨ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ। ଅଭିଯୁକ୍ତଦ୍ବୟଙ୍କୁ ଇଓଡବ୍ଲ୍ୟୁ ସୋମବାର କଟକସ୍ଥିତ ଓପିଆଇଡ଼ି ଅଦାଲତରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁଖ୍ୟ କାର୍ପଟଦାର ବେଦ ପ୍ରକାଶକୁ ରାଜସ୍ଥାନରୁ ସ୍ଥାନୀୟ ପୁଲିସ ସହାୟତାରେ ଇଓଡବ୍ଲ୍ୟୁ ଗିରଫ କରିବା ପରେ ସ୍ଥାନୀୟ ଅନୁପଗଡ଼ ଅଦାଲତରେ ହାଜର କରି ଗମନାଗମନ (ଟ୍ରାନଜିଟ୍‌) ଜିମାରେ ଓଡ଼ିଶା ଆଣିଥିଲା। ସେହିପରି ଓଡ଼ିଶା ମୁଖ୍ୟ ସୁଧୀର ପଟେଲକୁ ସୁନ୍ଦରଗଡ଼ ଅଞ୍ଚଳରୁ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। କ୍ରିପ୍ଟୋ କରେନ୍ସିରେ ବିନିଯୋଗ କଲେ ଅଧିକ ଲାଭ ପାଇବା ପ୍ରଲୋଭନ ଦେଖାଇ ଅଭିଯୁକ୍ତଦ୍ବୟ ସାଧାରଣ ଲୋକଙ୍କୁ ଠକି ଥିଲେ। ଓଡ଼ିଶାର ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ର ୫ ଶହ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଲୁଟିଥିଲେ। ଏନେଇ ପ୍ରେମ ସାଗର ଖମାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ପ୍ରାୟ ୪୮ ଲକ୍ଷ ଟଙ୍କା ବିନିଯୋଗ କରିବା ପରେ ମାତ୍ର ୨୦ ହଜାର ଟଙ୍କା ଫେରି ପାଇଥିବା ସେ ଅଭିଯୋଗରେ ଦର୍ଶାଇ ଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଉପରୋକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜାରି ରଖିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories