nua o banner

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

BSKY banner  750×100

ନର୍ଲା: ଆଗକୁ ନିର୍ବାଚନ। ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳ ନିଜର ସଜବାଜ ଚଳାଇଥିବାବେଳେ ସୋମବାର ବିଜେଡି ରାଜ୍ୟ ସମ୍ପାଦକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ଚିତ୍ତରଞ୍ଜନ ମଣ୍ଡଳ ଓରଫ ବାବୁଲି ଦଳରୁ ଇସ୍ତାଫା ଦେଇଛନ୍ତି। ଚିତ୍ତରଞ୍ଜନଙ୍କ ସମେତ ସେରଗଡ଼ ସରପଞ୍ଚ ରାହୁଲ ସାହୁ, ପଲମ ସରପଞ୍ଚ ହେମ କିଶୋର ନାଗ, ଗାଡେବବନ୍ଧ ସରପଞ୍ଚ କବିତା ବାଗ ବିଜେଡି ଏସ୍‌ସି ସେଲ୍‌ର ଜିଲା ଉପସଭାପତି ନବ କିଶୋର କୁମାର, ଓମ୍‌ ପ୍ରକାଶ ଛତ୍ରିଆଙ୍କ ସମେତ ୧୫୦ରୁ ଊର୍ଦ୍ଧ୍ବ ସମର୍ଥକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଜିଲା ଉପସଭାପତି ସାରଦାପ୍ରସନ୍ନ ସ୍ବାଇଁ ମଧ୍ୟ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଅନ୍ୟତମ ରାଜ୍ୟ ସମ୍ପାଦକ ସରୋଜ ସାହୁ ରବିବାର ଦଳ ଛାଡିଥିବା ସୂଚନା ହସ୍ତଗତ ହୋଇଛି। ନର୍ଲା ବିଧାନସଭା କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଚିତ୍ତରଞ୍ଜନ ପରିଶେଷରେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

Comments are closed.