www.samajalive.in
Sunday, December 7, 2025
16.1 C
Bhubaneswar

ଇସ୍ରାଏଲକୁ ସାହାଯ୍ୟର ହାତ ବଢାଇଲା ଏହି ଦେଶ, ଇରାନକୁ ଦେଲା କଡା ଜବାବ

ନୂଆଦିଲ୍ଲୀ : ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସମ୍ଭାବିତ ଯୁଦ୍ଧ ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଇରାନ ୧ ଏପ୍ରିଲରେ ସିରିଆରେ ନିଜ ସୈନ୍ୟ ଅଧିକାରୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶନିବାର ଏବଂ ରବିବାର ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଡ୍ରୋନ୍ ଓ ବାଲିଷ୍ଟିକ୍ ମିସାଇଲ ମାଡ କରିଛି । ତେବେ ଇସ୍ରାଏଲ ଆମେରିକା, ବ୍ରିଟେନ୍ ଏବଂ ନିଜ ବାୟୁ ରକ୍ଷା ପ୍ରଣାଳୀ ଲୁହା ଡୋମ୍ ସାହାଯ୍ୟରେ ୯୯ ପ୍ରତିଶତ ମିସାଇଲକୁ ଆକାଶରେ ହିଁ ଧ୍ବସଂ କରିଦେଇଛି । କେବଳ ୭ ମିସାଇଲ ଭୂପୃଷ୍ଠରେ ପଡିଛି । ଇସ୍ରାଏଲକୁ ଇରାନର ଆକ୍ରମଣରୁ ରକ୍ଷା କରିବାରେ ମୁସଲିମ୍ ଦେଶ ଜୋର୍ଡନର ମୁଖ୍ୟ ଭୂମିକା ରହିଛି । ଏହି ଦେଶର ଏୟାରଫୋର୍ସ ଇସ୍ରାଏଲର ସାହାଯ୍ୟ କରି ଇରାନକୁ କଡା ଜବାବ ଦେଇଛି ।

ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ

- Advertisement -

ଇରାନର ଅପରେସନ ଟ୍ରୁ ପ୍ରମିସର ଜବାବରେ ଇସ୍ରାଏଲ ଅପରେସନ ପ୍ରତିଶୋଧ ଆରମ୍ଭ କରିଛି । ନିକଟରେ ହମାସର ଆତଙ୍କୀ ଆକ୍ରମଣର ଜବାବରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ସାରା ଦୁନିଆ ଦେଖିଛି । ହମାସର ଗତ ବର୍ଷ ୭ ଅକ୍ଟୋବରରେ ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଗାଜା ପଟିକୁ ସମ୍ପୂର୍ଣ୍ଣ ଧ୍ବସଂ କରିସାରିଛି । ଗାଜାରେ ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି । ଏବେ ଇରାନକୁ ମଧ୍ୟ ଏହି ଭୟ ଘାରିଛି । ତେବେ ଇସ୍ରାଏଲ ଏହା ସ୍ପଷ୍ଟ କରିନି କି ଆକ୍ରମଣ କେବେ ଏବଂ କେଉଁଠି କରାଯିବ । କିନ୍ତୁ ଇସ୍ରାଏଲ ରବିବାର ଯୁଦ୍ଧ ବୈଠକ ଡକାଇ ଏହି ସଙ୍କେତ ଦେଇଛି କି ସେ ଏହି ଆକ୍ରମଣକୁ ହାଲୁକା ଭାବେ ନେବନି । ଇସ୍ରାଏଲ କହିଛି କି ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଖ ସାହାଯ୍ୟରେ ସେ ଇରାନର ଆକ୍ରମଣକୁ ବିଫଳ କରିଦେଇଛି କିନ୍ତୁ ଏବେ ଯୁଦ୍ଧ ସରିନି । ଉଚିତ୍ ସମୟରେ ଏହାର ଜବାବ ଦିଆଯିବ । ଇସ୍ରାଏଲର ଧମକରେ ଆମେରିକା ଚିନ୍ତା ପ୍ରକଟ କରିଛି ।

ଇସ୍ରାଏଲ୍‌ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍‌- ଇରାନ୍‌ର ଡ୍ରୋନକୁ….

ଅନ୍ୟପଟେ ଇରାନ ସହିତ ସମ୍ଭାବିତ ମହାଯୁଦ୍ଧ ମଧ୍ୟରେ ମୁସଲିମ୍ ଦେଶ ଜୋର୍ଡନ ଇସ୍ରାଏଲ ସହିତ ଠିଆହୋଇଛି । ଜୋର୍ଡନ ରବିବାର ଇରାନ ଆକ୍ରମଣର ଜବାବରେ ନିଜ ଯୁଦ୍ଧ ଜାହାଜକୁ ସାମ୍ନାକୁ ଆଣିଛି । ଜୋର୍ଡନ ଇସ୍ରାଏଲକୁ ସାହାଯ୍ୟ କରି ଅନେକ ଇରାନୀ ଡ୍ରୋନ୍ ଏବଂ ମିସାଇଲକୁ ଶୂନ୍ୟରେ ହିଁ ଧ୍ବସଂ କରିଛି । ଇସ୍ରାଏଲ ଜୋର୍ଡନର ଏହି ସାହାଯ୍ୟର ଧନ୍ୟବାଦ ଜଣାଇ କହିଛି କି ହମାସ ସହିତ ଯୁଦ୍ଧ ମଧ୍ୟରେ ଇରାନର ହରକତ ଉସକାଉଛି । ଆମେରିକା ଏବଂ ବ୍ରିଟେନ ସମେତ ଅନ୍ୟ ଦେଶ ଯେଉଁ ସାହସର ସହିତ ଇସ୍ରାଏଲକୁ ସାହାଯ୍ୟ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ଅନ୍ୟପଟେ ଜୋର୍ଡନ ସେନାର ମୁଖପାତ୍ର ଅଲ ସଉଦ ଇରାନର ଆକ୍ରମଣକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ଏବଂ କହିଛନ୍ତି କି ତାଙ୍କ ବାୟୁ ସେନା ଯେଉଁଭଳି ସାହସର ସହିତ ଇରାନର ଆକ୍ରମଣକୁ ପଣ୍ଡ କରିଛନ୍ତି ତାହା ପ୍ରଶଂସନୀୟ । ଜୋର୍ଡନ ସ୍ପଷ୍ଟ କରିଛି କି ଇରାନର ଆକ୍ରମଣ ବିରୁଦ୍ଧରେ ଏହି ଅପରେସନ ପ୍ରମାଣ କରିଦେଇଛି କି ବିପଦର ଜବାବ ଦେବାରେ ଜୋର୍ଡନ କାହାଠୁ ବି କମ୍ ନୁହେଁ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories