www.samajalive.in
Saturday, December 13, 2025
26.1 C
Bhubaneswar

ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ। ଯୁଦ୍ଧ ପରିସ୍ଥିିତି ମଧ୍ୟରେ ମାଲବାହୀ ଜାହାଜ ‘ଏମଏସସି ଏରିଜ୍‌‌’ ୧୭ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ ଶୀଘ୍ର ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହିତ ଲଗାତାର ଯୋଗାଯୋଗରେ ରହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌‌ ଜୟଶଙ୍କରଙ୍କ ଗୋଟିଏ ଫୋନ୍‌‌ କଲରେ ତତ୍ପର ହୋଇଛନ୍ତି ଇରାନ୍‌‌ ବୈଦେଶିକ ମନ୍ତ୍ରୀ। ଇରାନର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲାୟାନ୍‌‌ଙ୍କ ସହିତ ଫନୋରେ କଥାବର୍ତ୍ତା ସମୟରେ ୧୭ଜଣ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରିବା ପାଇଁ ପ୍ରସଙ୍ଗ ଉଠାଇଥିଲେ ଜୟଶଙ୍କର। ଏହାପରେ ଇରାନର ମନ୍ତ୍ରୀ କହିଛନ୍ତି ଯେ ଖୁବଶୀଘ୍ର ଭାରତୀୟ ପ୍ରତିନିଧିଙ୍କୁ ‘ଏମଏସସି ଏରିଜ୍‌‌’ର କ୍ରୁ ମେମ୍ବର୍ସଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories