www.samajalive.in
Sunday, December 7, 2025
18.1 C
Bhubaneswar

ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି

ନୂଆଦିଲ୍ଲୀ: ପୁଣି କେଜ୍ରିୱାଲଙ୍କୁ ଝଟକା। ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ ପାଇଁ ଅନେକ ଆବେଦନ ହୋଇଥିଲେ ମଧ୍ୟ କେଉଁଠୁ ବି ଆଶ୍ୱସ୍ତି ମିଳିପାରୁନାହିଁ। ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ଇଡ଼ିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍‌‌ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ୨୯ ଏପ୍ରିଲରେ କରିବାକୁ ଧାର୍ଯ୍ୟ କରିଛନ୍ତି।
ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତି ବାଢିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଏବଂ ରିମାଣ୍ଡ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଉପରେ ଆଧାରିତ। ଅନ୍ୟ କାହା ପ୍ରରୋଚନାରେ ଏଭଳି ଗିରଫ କରାଯାଇଛି। କେଜ୍ରିୱାଲଙ୍କ ଗିରଫଦାରୀ ବେଆଇନ ତାଙ୍କୁ ତୁରନ୍ତ ମୁକ୍ତି କରାଯାଉ। ସର୍ବୋଚ୍ଚ ଅଦାଲତ ଏହି ଯୁକ୍ତି ଶୁଣିବା ପରେ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ୍‌‌ କରି ଜାବବ ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ରେ ହେବ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories