www.samajalive.in
Saturday, December 6, 2025
23.1 C
Bhubaneswar

ମହମ୍ମଦ ଆଜାରୁଦ୍ଦିନଙ୍କୁ ଇଡ଼ି ନୋଟିସ୍‌‌

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌। ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ। ଏହି ମାମଲାରେ ଆଜାରୁଦ୍ଦିନଙ୍କ ବିରୋଧରେ ହାଇଦ୍ରାବାଦର ଉପ୍ପଲ ସ୍ଥିତ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୨୦କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories