www.samajalive.in
Saturday, December 13, 2025
26.1 C
Bhubaneswar

ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ

ମିର୍ଜାପୁର : ଆସନ୍ତା ବୁଧବାର ଦେଶବ୍ୟାପୀ ପବିତ୍ର ରାମନବମୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ ପଠାଯିବ ବୋଲି ଟ୍ରଷ୍ଟ କର୍ମକର୍ତ୍ତା ଅତୁଲ କୁମାର ସାକ୍ସେନା ସୂଚନା ଦେଇଛନ୍ତି। ଉକ୍ତଦିନ ରାମ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ଭାବେ ଏହି ଲଡୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୪୦ ହଜାର କିଲୋ ଓଜନର ଲଡୁ ପଠାଯାଇଥିଲା। ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ବାରାଣସୀସ୍ଥିତ କାଶୀ ବିଶ୍ବନାଥ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରକୁ ମଧ୍ୟ ଲଡୁ ପଠାଯାଇଥିବା ସାକ୍ସେନା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories