www.samajalive.in
Sunday, December 7, 2025
14.1 C
Bhubaneswar

ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ମଣ୍ଡୁଆ ନିକଟସ୍ଥ ବଡଡେରା ତାରିଣୀ ମନ୍ଦିର ପୀଠରେ ୩୫ତମ ମହାବିଷୁବ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ରବିବାର ପାଳିତ ହୋଇଯାଇଛି। ଭୋରରୁ ମା’ଙ୍କ ଯଥାରୀତି ପୂଜାର୍ଚ୍ଚନା ପରେ ମାରୱାଡି ମଞ୍ଚ ପକ୍ଷରୁ ସହସ୍ରାଧିକ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିବା ବେଳେ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା।

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମା’ଙ୍କ ସାନିଧ୍ୟ ଲାଭ କରିଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ଅଶୋକ କୁମାର ବାନାର୍ଜି, ଉପସଭାପତି କୃଷ୍ଣଚନ୍ଦ୍ର ପରିଡା, ସମ୍ପାଦକ ଭଦ୍ରୁ ନାଏକ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବିଶ୍ୱାଳ, ସହସମ୍ପାଦକ କଙ୍କଣ ବାନାର୍ଜି, ପ୍ରଫୁଲ୍ଲ କୁମାର ମହାପାତ୍ର, ପ୍ରତୁଲ ନାଏକ, ଭୀମସେନ ନାଏକ, ସୁନୀଲ ନାଏକ, ସାହେବ ମହାନ୍ତ, ପ୍ରଭାତ ରଞ୍ଜନ ଭୂୟାଁ, ପଦ୍ମନାଭ ନାଏକ, ସୁମନ୍ତ ନାଏକ, ରବୀନ୍ଦ୍ର କୁମାର ଚକ୍ରବର୍ତ୍ତୀ, ନବକିଶୋର ସାହୁ, ଉପଦେଷ୍ଟା ମାୟାଧର ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମା’ଙ୍କ ବାର୍ଷିକୋତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ଭଜନ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

- Advertisement -

କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ରବିବାର ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ଏଥିସହ ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ସହରର ପ୍ରମୁଖ ଦେବାଦେବୀ ପୀଠରେ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ପୁରୁଣାବଜାର ସିଦ୍ଧମଠସ୍ଥିତ ହନୁମାନ ମନ୍ଦିର, ରାଜଉଆସ ପରିସରସ୍ଥିତ ଗଡତାରିଣୀ ପୀଠ, ପାୱାରହାଉସରୋଡ଼ସ୍ଥିତ ହନୁମାନ ମନ୍ଦିର, ଲାବଣ୍ୟଛକ, ଟେଲିଫୋନ ଏକ୍ସଚେଞ୍ଜଛକ, ନିୟୁକଲୋନୀ, ମଣ୍ଡୁଆ, କାଶୀପୁରସ୍ଥିତ ପ୍ରଭୁ ମହାବୀରଙ୍କ ଜୟନ୍ତୀ ଉତ୍ସବ ଧୁମ୍‌‌ଧାମରେ ପାଳିତ ହୋଇଯାଇଛି। ଲାବଣ୍ୟଛକ ଠାରେ ପ୍ରଭୁ ହନୁମାନଙ୍କ ୨୯ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

କେନ୍ଦୁଝର ସହର ବଡଡେରାସ୍ଥିତ ତାରିଣୀ ମନ୍ଦିର ପରିସର ଏବଂ ମଣ୍ଡୁଆ ହନୁମାନ ମନ୍ଦିରରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହେବା ସହ ସହସ୍ରାଧିକ ଭକ୍ତଙ୍କୁ ପଣା ଓ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ସହର ଉପକଣ୍ଠ ରାଇସୁଆଁ ହନୁମାନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ ଅବସରରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ ପୁଜାର୍ଚ୍ଚନା କରାଯାଇଥିଲା। ସେହିପରି ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ହନୁମାନ ମନ୍ଦିରରେ ମଧ୍ୟ ଧୁମ୍‌‌ଧାମରେ ହନୁମାନ ଜୟନ୍ତୀ ଉତ୍ସବ ପାଳିତ ହେବା ସହ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ନୃତ୍ୟ ଗୀତରେ ହନୁମାନ ଝଣ୍ଡା ସହର ଶୋଭାଯାତ୍ରାରେ ପରିକ୍ରମା କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories