www.samajalive.in
Sunday, December 14, 2025
19.1 C
Bhubaneswar

ରେଳ ଧକ୍କାରେ ଯୁବକଙ୍କ ମୃତ

ସମ୍ବଲପୁର: ସମ୍ବଲପୁର ଜିଆରପି ଅର୍ନ୍ତଗତ ରେଙ୍ଗାଲି ଷ୍ଟେସନରୁ ଲପଙ୍ଗା ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଜିଆରପିର ସୂଚନାନୁଯାୟୀ, ଝାରସୁଗୁଡା ଜିିଲା ବଡମାଳ ପତ୍ରାପାଲି ନିବାସୀ ଏକାଦସିଆ କର୍ତ୍ତା ନାମକ ୪୬ ବର୍ଷିୟ ଯୁବକ କୌଣସି କାରଣରୁ କିଛି ଦିନ ତଳେ ଘର ପଳାଇ ଯାଇଥିଲେ। ଏଣୁ ପରିବାର ଲୋକେ ସେ ନିଖୋଜ ଥିବାର ଅଭିଯୋଗ ଥାନାରେ କରିଛି।

ଶନିବାର ସକାଳ ସମୟରେ ରେଙ୍ଗାଲି ରୁ ଲପଙ୍ଗା ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳ ଧକ୍କାରେ ମୃତ୍ୟୁବରଣ କରିଥିବାର ଖବର ପାଇ ଜିଆରପି ଘଟଣାସ୍ଥଳକୁ ପହୁଞ୍ôଚଥିଲା। ମୃତକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପ୍ରାଥମିକ ତଦନ୍ତ ସମୟରେ ମୃତକଙ୍କ ପରିଚୟ ଜଣାପଡିଥିଲା। ଏଣୁ ଏକ ଅପମୃତ୍ୟୁ ମାମଲା ସମ୍ବଲପୁର ଜିଆରପି ଥାନାରେ ରୁଜୁ କରି ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଜିଆରପି କହିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories