www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ଧ୍ୟା ହେଲେ ଅନ୍ଧାରୀ ରାଜ, ବିଜୁଳି ଆଲୁଅରୁ ବଞ୍ଚିତ ଭରିଭଟା ଗାଁ

କଲ୍ୟାଣସିଂହପୁର: ସନ୍ଧ୍ୟା ହେଲେ ଅନ୍ଧାରି ରାଜ। ମୌଳିକ ଅଧିକାରରୁ ବଞ୍ଚିତ ଭରିଭଟା ଗାଁ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ। ଆଜି ମଧ୍ୟ ବିଜୁଳି ଆଲୁଅ ଭଳି ମୌଳିକ ସୁବିଧାରୁ ବଂଚିତ ଅନେକ ଗାଁ। ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ। ମିଞ୍ଜି ମିଞ୍ଜି ଆଲୁଅରେ ନିଜ ଭବିଷ୍ୟତ ଖୋଜୁଛନ୍ତି ଏଠାକାର ଛାତ୍ର ଛାତ୍ରୀ। ତେଲ ଥିବା ଯାଏଁ ପାଠ ପଢ଼ନ୍ତି, ତେଲ ସରିଗଲେ ପାଠ ପଢ଼ା ଠପ। ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢ଼ା ସାରି ସନ୍ଧ୍ୟା ପରେ ଅନ୍ଧାରରେ ରାତି ବିତାଉଛନ୍ତି। କେବଳ ବିଜୁଳି ଆଲୁଅ ନୁହେଁ ଗାଁକୁ ଯିବା ପାଇଁ ପକା ରାସ୍ତାଟିଏ ନାହିଁ।

ସାମାନ୍ୟ ଅସୁସ୍ଥତା ହେଉ କିମ୍ଵା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା। ସମସ୍ୟା ଏତକି ରେ ସାରିନାହଁ ଗାଁରେ ଥିବା ଏକମାତ୍ର ସୋଲାର ଚାଳିତ ନଳକୂପ ଅଚଳ ହୋଇ ଏକ ମାସ ବିତିଗଲାଣି କିନ୍ତୁ ପ୍ରଶାସନ କିମ୍ବା ନେତା କାହାରି ଧ୍ୟାନ ନାହି।ଚଳିତ ବର୍ଷ ନିର୍ବାଚନରେ ଭୋଟ୍ ନ ଦେବାକୁ ସିଧା ସିଧା ଶୁଣେଇଛନ୍ତି ଗ୍ରାମବାସୀ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories