www.samajalive.in
Saturday, December 6, 2025
19.1 C
Bhubaneswar

ଗହମ କ୍ଷେତରେ ହେମାମାଳିନୀ: ହାତରେ ଧରିଲେ ଦାଆ ତା’ପରେ. . .

ମଥୁରା: ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ସେତିକି ଜୋରଦାର କରୁଛନ୍ତି। ସମସ୍ତେ ନିଜ ନିଜ ଉପାୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଚାଲିଛନ୍ତି। ଏଭଳି ସ୍ଥିତିରେ ମଥୁରା ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। କ୍ରମାଗତ ଭାବରେ ହେମା ମାଳିନୀ ମଥୁରାରେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଏବେ ହେମା ମାଳିନୀ ଗହମ କ୍ଷେତରେ ନଜର ଆସିଛନ୍ତି। ହାତରେ ଦାଆ ଧରି ଗହମ କାଟୁଥିବା ଦେଖିବାକୁ ମିଳିଛି। ନିଜେ ହେମା ଏହି ଫଟୋକୁ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି।

ରାଜନୀତିକୁ ଆସିବା ଚର୍ଚ୍ଚାରେ ଜାଣନ୍ତୁ କଣ ଉତ୍ତର ଦେଲେ ସଞ୍ଜୟ


ବୁଧବାର ଖରାରେ ମଥୁରାର ଏକ କ୍ଷେତରେ ପହଞ୍ଚିଥିଲେ ଡ୍ରିମ୍‌‌ ଗାର୍ଲ ହେମା ମାଳିନୀ । ହାତରେ ଦାଆ ଧରି କ୍ଷେତରେ ମହିଳାଙ୍କ ସହ ମିଶି ଗହମ କାଟିଥିଲେ। ଏହି ସମୟରେ କିଛି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଏହି ଫଟୋକୁ ପୋଷ୍ଟ କରି ହେମା ମାଳିନୀ ଲେଖିଛନ୍ତି ଯେ ଯେଉଁ ଚାଷୀଙ୍କ ସହିତ ସେ ୧୦ବର୍ଷ ହେଲାଣି ରହିଛନ୍ତି ଆଜି ତାଙ୍କ କ୍ଷେତକୁ ଯାଇ ଗହମ କାଟିଥିଲି। ସେମାନଙ୍କ ସହ ମିଶି ଫଟୋ ମଧ୍ୟ ଉଠାଇଥିଲି। ଏହି ସବୁ ଚାଷୀଙ୍କୁ ସେ ନିୟମିତ ସାକ୍ଷାତ କରୁଥିବା କହିଛନ୍ତି। ସୂଚନା ଅନୁସାରେ ହେମା ମାଳିନୀ ୨୦୧୪ଠାରୁ ମଥୁରାରୁ ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ଥର ତୃତୀୟ ଥର ପାଇଁ ଦଳ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଛି। ଏଥର ମଧ୍ୟ ହେମା ବିଜୟୀ ହେବେ ବୋଲି ଆଶା କରାଯାଉଛି। ମଥୁରାର ଲୋକମାନେ ତାଙ୍କ କାର୍ଯ୍ୟରେ ବହୁତ ଖୁସି ଥିବାବେଳେ ହେମା ମାଳିନୀ ଅଧିକାଂଶ ସମୟ ଲୋକଙ୍କୁ ଭେଟୁଥିବା ଦେଖିବାକୁ ମିଳେ।

- Advertisement -

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories