www.samajalive.in
Sunday, December 14, 2025
16.1 C
Bhubaneswar

ପୁଲିସ ପୁଅ ନମ୍ବରରେ ଅନ୍ୟଜଣେ ଚଢ଼ୁଛି ବାଇକ୍: ଗାଡି ଉତ୍ତରାରେ, ଚାଲାଣ କଟିଛି କଟକରେ

ଭୁବନେଶ୍ୱର : କମିସନରେଟ ପୁଲିସ ଟ୍ରାଫିକ୍‌ ନିୟମ ଯେତିକି କଡ଼ାକଡ଼ି କରୁଛି, ଉଲ୍ଲଙ୍ଘନକାରୀ ସେତିକି ଫାଙ୍କିବା ବାଟ ଆପଣାଉଛନ୍ତି।  ପୁଲିସ ପୁଅର ବୁଲେଟ ନମ୍ବର ବ୍ୟବହାର କରି ଅନ୍ୟଜଣେ ଗାଡ଼ି ଚଢୁଥିବା ଘଟଣା ନଜରକୁ ଆସିଛି। ବିନା ହେଲମେଟ୍‌ରେ ଗାଡ଼ି ଚଢ଼ିବା ଅଭିଯୋଗରେ ଚାଲାଣ କଟିବା ପରେ ଦୁଇଟି ଗାଡ଼ିରେ ଗୋଟିଏ ନମ୍ବର ବ୍ୟବହାର ହୋଇଥିବା ପ୍ରମାଣିତ ହୋଇଛି। ଭୁବନେଶ୍ବର ଉତ୍ତରାରେ ପୁଲିସ ପୁଅଙ୍କ ବୁଲେଟ ଥିବାବେଳେ କଟକ ବାଲିକୁଦାରେ ତାଙ୍କ ଗାଡ଼ି ନମ୍ବରରେ ଜୋରିମାନା ହୋଇଛି।

କମିସନରେଟ ପୁଲିସରେ କାର‌ କାର୍ଯ୍ୟ କରି ଅବସର ନେଇଥିବା ଉପ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘର ଉତ୍ତରା ଛକରେ। ତାଙ୍କ ପୁଅ ଦେବାଶିଷ ସାହୁଙ୍କ ନାମରେ ଗୋଟିଏ ବୁଲେଟ୍‌ ଗାଡ଼ି ରହିଛି। ଦେବାଶିଷ ଖୋର୍ଦ୍ଧାରେ ଚାକିରି କରନ୍ତି। ଗୁରୁବାର ଇଦ୍‌ପର୍ବ ଯୋଗୁଁ ସେ ବାହାରକୁ ନଯାଇ ଘରେ ରହିଥିଲେ। ସକାଳ ପ୍ରାୟ ୧୧ଟାରେ ତାଙ୍କ ଫୋନ୍‌ ନମ୍ବରକୁ ଏକ ବାର୍ତ୍ତା ଆସିଥିଲା। ତାଙ୍କ ବୁଲେଟ୍‌ ନମ୍ବର  ଓଏସପି ୩୭୩୬ରେ କଟକ ଟ୍ରାଫିକ୍‌ ପୁଲିସ ପକ୍ଷରୁ ୧୦୦୦ଟଙ୍କାର ଏକ ଚାଲାଣ କଟିଥିବା ଉକ୍ତ ବାର୍ତ୍ତାରେ ଉଲ୍ଲେଖ ରହିଥିଲା। ଦେବାଶିଷଙ୍କ ଗାଡ଼ି ଘରେ ରହିଥିବାବେଳେ କଟକରେ କିପରି ଚାଲାଣ କଟିଲା ତାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଥିଲେ।

ଚନ୍ଦ୍ରରେ ନଜର ଆସିଲା ରହସ୍ୟମୟ ଯାନ, ଯାଞ୍ଚ ପରେ ଚକିତ ହେଲା ନାସା

- Advertisement -

ଏନେଇ ସେ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଜଣାଇଥିଲେ। ପୂର୍ଣ୍ଣଚନ୍ଦ୍ର କଟକ ଟ୍ରାଫିକ୍‌ ପୁଲିସ ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ବୁଲେଟ୍‌ ଗାଡ଼ି ନମ୍ବରକୁ ବ୍ୟବହାର କରି ଅନ୍ୟ କେହି ବୁଲେଟ୍‌ ଚଢୁଛି। ଏହି ବ୍ୟକ୍ତି ଦିନ ପ୍ରାୟ ୧୧ଟାରେ ବୁଲେଟ୍‌ ଗାଡ଼ିରେ ଜଣେ ମହିଳାଙ୍କୁ ବସାଇ ବାଲିକୁଦା ଛକ ଅତିକ୍ରମ କରୁଥିଲା। ମହିଳା ଜଣକ ହେଲ୍‌ମେଟ୍‌ ପନ୍ଧି ନ ଥିଲେ। ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସ ଗାଡ଼ିର ଫଟୋ ଉଠାଇ ଚାଲାଣ କାଟିଥିଲେ। ଏ ସମ୍ପର୍କରେ ଦେବାଶିଷ ଜାଣିବା ପରେ କଟକ ସଦର ଥାନାରେ ଅଭିଯୋଗ କରିବା ସହ ଜାତୀୟ ରାଜପଥ ଟ୍ରାଫିକ୍‌ ଥାନାରେ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories