www.samajalive.in
Saturday, December 6, 2025
26.1 C
Bhubaneswar

ନକଲି ପୁଲିସ ଅଧିକାରୀ ସାଜି ମହିଳାଙ୍କୁ ଠକିଲା, ଆକାଉଣ୍ଟରୁ ନେଇଗଲା ଏତେ ଟଙ୍କା

ଚେନ୍ନାଇ : ଚେନ୍ନାଇର ଜଣେ ମହିଳା କୁରିୟର ଘୋଟାଲାର ଶିକାର ହୋଇଛନ୍ତି । ଗୋଟେ ଫୋନ୍ କଲ୍ ରିସିଭ୍ କରିବାରୁ ତାଙ୍କ ଖାତାରୁ ୨.୨୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

୩୪ ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଗାୟତ୍ରୀ ଏଜୁମଲାଇ । ତାଙ୍କୁ ବୁଧବାର ସକାଳ ୧୧ଟା ସମୟରେ ଏକ ଫୋନ୍ କଲ୍ ଆସିଲା ।  ରିସିଭ୍ କରିବାରୁ ଫୋନରେ ଥିବା ବ୍ୟକ୍ତି ଜଣକ ନିଜକୁ ମୁମ୍ବାଇ ପୁଲିସ ବିଭାଗର ଅଧିକାରୀ ବୋଲି ପରିଚୟ ଦେବା ସହ ମହିଳାଙ୍କ ଦ୍ବାରା ପଠାଯାଇଥିବା କୁରିୟରରେ ଡ୍ରଗ୍ସ ଥିବା ସୂଚନା ଦେଇଥିଲା । ସେଥିପାଇଁ ମହିଳାଙ୍କୁ ମୁମ୍ବାଇ ଯିବାକୁ ପଡିବ ବୋଲି ସେ କହିଲା । ଏକଥା ଶୁଣି ଗାୟତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସେ କାହାକୁ କିଛି ବି ପାର୍ସଲ କୁରିୟର କରିନଥିଲେ । ସେ ଏକଥା ସେ ଲୋକକୁ ଜଣାଇଲେ । ଏହା ପରେ ସେ ଠକ ଜଣକ ଗାୟତ୍ରୀଙ୍କ ବ୍ୟାଙ୍କ ଖାତା ବିବରଣୀ ଏବଂ ନେଣଦେଣ ସମ୍ପର୍କରେ ଜାଣିବାକୁ ଚାହିଁଲା କି ସତରେ ସେ କିଛି କୁରିୟର କରିଛନ୍ତି କି ନାହିଁ । ଏପରିକି ସେ ଆଧାର କାର୍ଡର ଫଟୋ ମଧ୍ୟ ମାଗିଲା ।

ମୋବାଇଲ ୱାଲେଟ ନେଣଦେଣ ୫୩୧ ଲକ୍ଷ କୋଟି ଟପିବ

- Advertisement -

ଏହା ପରେ ଠକ ଜଣକ କହିଲା କି ତାଙ୍କ ବ୍ୟାଙ୍କ ଖାତାକୁ ୨.୨୬ ଲକ୍ଷ ଟଙ୍କା ଆସିବ ଏବଂ ତାକୁ ଏକ ନିର୍ଦ୍ଧାରିତ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିବାକୁ ହେବ । ଏହା ପରେ ଗାୟତ୍ରୀଙ୍କ ଆକାଉଣ୍ଟକୁ ପଇସା ଆସିଲା ଏବଂ ସେ ଠକ ଚାହୁଁଥିବା ଆକାଉଣ୍ଟକୁ ପଇସା ପଠାଇଦେଲେ ।  ଏହା ପରେ ଠକ ଜଣକ ଫୋନ୍ କାଟିଦେଲା । ଅନ୍ୟପଟେ ଠିକ୍ ଏହି ସମୟରେ ଗାୟତ୍ରୀଙ୍କୁ ତାଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ସେହି ବ୍ୟାଙ୍କ କର୍ମଚାରୀ ଫୋନ୍ କରି କହିଲେ କି  ସେ ଆବେଦନ କରିଥିବା ଲୋନକୁ ସୀକୃତ ମିଳିଯାଇଛି । ଏହା ଶୁଣି ଗାୟତ୍ରୀ ଚକିତ ହୋଇଗଲେ । ସେ ଏହା ବୁଝିବା ପାଇଁ ବ୍ୟାଙ୍କ ଗଲେ ଏବଂ ଜାଣିବାକୁ ପାଇଲେ କି ତାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ସେ ଠକ ଜଣକ ୨.୨୬ ଲକ୍ଷ ଟଙ୍କା ଲୋନ୍ ଆବେଦନ କରିଥିଲା । ବ୍ୟାଙ୍କ କର୍ମଚାରୀ ମଧ୍ୟ ଗାୟତ୍ରୀ ଲୋନ୍ ପାଇବାକୁ ଚାହୁଁଥିବା ଭାବି ପଇସା ପଠାଇଥିଲେ କିନ୍ତୁ ସବୁ ପଇସା ଗାୟତ୍ରୀ ସେ ଠକକୁ ଟ୍ରାନ୍ସଫର କରିଦେଲେ ।  ଏହା ପରେ ଗାୟତ୍ରୀ ଏନେଇ ଥାନାରେ ଅଭିଯୋଗ କଲେ । ଏନେଇ ପୁଲିସ ଖୋଳତାଡ ଆରମ୍ଭ କରିଦେଇଛି ।

 

ଏମିତି ଠକାମୀରୁ ରକ୍ଷା ପାଇବା ପାଇଁ କ’ଣ କରିବେ ?

ଅଜଣା ନମ୍ବରରୁ ଫୋନ୍ ଆସିଲେ ସାବଧାନ ରୁହନ୍ତୁ

କାହାକୁ ବି ନିଜ ବ୍ୟକ୍ତିଗତ ତଥ୍ୟ ବା ଟଙ୍କା ପଇସା ସମ୍ପର୍କିତ କୌଣସି ସୂଚନା ଦିଅନ୍ତୁ ନାହିଁ

ଅଜଣା ବ୍ୟକ୍ତିକୁ ପଇସା ଟ୍ରାନ୍ସଫର କରିବା ପୂର୍ବରୁ ସବୁ ଦିଗରୁ ଭଲ ଭାବେ ଯାଞ୍ଚ କରନ୍ତୁ

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories