www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରାର୍ଥୀ ଘୋଷଣା କଲା ବିଜେଡି, ବାଲେଶ୍ୱରରୁ ଲଢ଼ିବେ ଲେଖାଶ୍ରୀ

ଡେସ୍କ: ବିଜୁ ଜନତା ଦଳ ଆଜି ବିଧାନସଭା ନିର୍ବାଚନ ଲାଗି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଶେଷ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ କରିଛି ବିଜେଡି।

ଗୁମ୍ଫା ଭିତରେ ପାତାଳ ଲୋକ, ଯେଉଁଠି ରହନ୍ତି ୧୦୦ ଲୋକ

- Advertisement -

ଅନ୍ୟ ପକ୍ଷରେ, ବିଧାନସଭା ପାଇଁ ପାରାଦୀପରୁ ଗୀତାଞ୍ଜଳୀ ରାଉତରାୟ, ଭୁବନେଶ୍ୱର ମଧ୍ୟରୁ ଅନନ୍ତ ଜେନା, ନର୍ଲାରୁ ମନୋରମା ମହାନ୍ତି, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ରେଢାଖୋଲରୁ ରୋହିତ ପୂଜାରୀ, ବାଲିଗୁଡ଼ାରୁ ଚକ୍ରମଣି କହଁର, ତେଲକୋଇରୁ ମାଧବ ସର୍ଦ୍ଦାର ଓ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରାଯାଇଛି।

ଲଣ୍ଡନରେ ୧୨ ଭାରତୀୟ ଗିରଫ

ଏହି ୯ ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ବିଧାନସଭା ପାଇଁ ମୋଟ ୧୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଘୋଷିତ ୯ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ୪ଟି ଆସନରେ ପ୍ରାର୍ଥୀ ବଦଳାଇଛି । ସେହିପରି ୫ଟି ଆସନରେ ଦଳ ଗତଥରର ପ୍ରାର୍ଥୀଙ୍କୁ ପୁଣି ଟିକଟ ପ୍ରଦାନ କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories