www.samajalive.in
Saturday, December 13, 2025
26.1 C
Bhubaneswar

ରାଜପଥରେ ଚାଲିଛି ଜୋରଦାର ଗାଡି ଚେକିଂ

ପାଟଣା: କେନ୍ଦୁଝର ଜିଲ୍ଲାର ୨୨୦ନଂ ଜାତୀୟ ରାଜପଥର ପାଟଣା ବୈତରଣୀ ପୋଲ ଉପରେ କଡାକଡି ହୋଇଛି ଗାଡି ଚେକିଂ । ରାଜପଥରେ ଫ୍ଲାଇଙ୍ଗ ସ୍କାର୍ଡ ପକ୍ଷରୁ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ କରାଯାଇଛି । ଦୁଇ ଚକିଆ ଓ ଚାରି ଚକିଆ ଯାନରେ ବନ୍ଧୁକ, ଚୋରା ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ଚାଲାଣ ଉପରେ କଡା କଡ଼ି ଯାଞ୍ଚ କରାଯାଇଛି। ଏହି ଫ୍ଲାଇଙ୍ଗ ସ୍କାର୍ଡରେ ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା,ରାଜସ୍ବ ପରିଦର୍ଶକ ବନମାଳୀ ନାୟକ, ପାଟଣା ପୁଲିସ ମିଳିତ ଭାବେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ରାସ୍ତା ଦେଇ ଯେପରି ଅବୈଧ ଜିନିଷ ଚାଲାଣ ନହେବ ଓ ଅସାମାଜିକ ବ୍ୟକ୍ତି ମାନେ ଏପରି ସାହସ ନକରିବେ ସେହି ଲକ୍ଷ୍ୟ ନେଇ ଯାଞ୍ଚ ପ୍ରକ୍ରିୟା ହେଉଥିବା ଜଣାପଡିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories