ଜାଣନ୍ତୁ ଆଜି କେଉଁ ରାଶିଙ୍କର କେମିତି କଟିବ ଦିନ: ଗୁରୁବାର ରାଶିଫଳ

ମେଷ: ଉତ୍କଳୀୟ ସଂସ୍କୃତି ତଥା ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି-ନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନସମ୍ପନ୍ନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ପରିବାର ସହ ଆପଣ ସୁଖୀ ଓ ନୂତନ ଦ୍ରବ୍ୟରେ ମଣ୍ଡିତ ହେବେ।
ବୃଷ: ଆତ୍ମବିଶ୍ବାସୀ ଓ ଅବିରଳ ଅଧ୍ୟବସାୟ ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ତପ ସାଧନା ଫଳବତୀ ହେବ। ସାଧୁଙ୍କ ଭିକ୍ଷା ପାଇଁ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରି ପରମ ଶାନ୍ତି ପ୍ରାପ୍ତ ହେବେ।
ମିଥୁନ: ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣି ମହନୀୟ ଶ୍ରେଷ୍ଠ ପଦପଦବୀଯୁକ୍ତ ହେବେ। ଶାସକ ବର୍ଗଙ୍କ ତରଫରୁ ସମ୍ମାନ ସହିତ ଧନ ପ୍ରାପ୍ତିର ସମୟ ଉପସ୍ଥିତ ହୋଇଛି। ସୁସ୍ଥ ରହିବେ।
କର୍କଟ:ଆପଣଙ୍କ ଜ୍ଞାନାଲୋକ ଦିଗ୍‌-ବିଦିଗ ବିସ୍ତୁରିତ ହୋଇ ପଡ଼ୋଶୀ, ଜ୍ଞାତି, କୁଟୁମ୍ବ ଓ ସ୍ନେହୀ ସମାଜର ଚଲାପଥକୁ କୁସୁମିତ କରିପାରେ। ଆପଣଙ୍କ ଦୟାସାଗରରୁ କଣିକାଏ ମାତ୍ର ରତ୍ନ ଦାନ କରିପାରନ୍ତି।

ସିଂହ:କ୍ଷମତାର ଅଳିନ୍ଦ ଭିତରେ ଅବସ୍ଥାନ କରି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆପଣଙ୍କ ଭାଗ୍ୟଡୋରୀ ସ୍ବକର୍ମ ଉପରେ ନିହିତ ଅଛି। କର୍ମ ଅନୁସାରେ ଭାଗ୍ୟ ଫଳବତୀ ହେବ।
କନ୍ୟା:କ୍ରୋଧର ସ୍ଫୁଲିଙ୍ଗଠାରୁ ନିଜକୁ ହରେଇ ରଖିବାକୁ ପଡ଼ିବ। ସଚେତନ ସହିତ ଯୋଡ଼ି ହେଲେ ବିପଦଭଞ୍ଜନଙ୍କ ଦୟାର ପାତ୍ର ହେବେ। ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଭବିଷ୍ୟତରେ ଆଶା ଧୂମିଳ ହେବ।
ତୁଳା:ସତ୍‌ପରାୟଣ ହେବେ। ସଚେତନତା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ସଂସ୍କୃତି ମୂଳ ସହିତ ଯୋଡ଼ି ହେଲେ ରାଷ୍ଟ୍ରର ଉତ୍‌ଥାନ ସମ୍ଭବ ହେବ।
ବିଛା:ଅଜାତ ଶତ୍ରୁ ହେବା ପାଇଁ ଆପଣଙ୍କ ଅହରହ ଉଦ୍ୟମ ସଫଳତା ଲାଭ କରିପାରେ। ଋଣଦାତାଙ୍କ ଅପାର କରୁଣା ଆପଣଙ୍କ ଉପରେ ରହିଛି। ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିପାରନ୍ତି। ସୁସ୍ଥ ରହିବେ।
ଧନୁ: ଅନ୍ତଃକରଣ ଶୁଦ୍ଧ ରଖନ୍ତୁ; ଦେଖିବେ ମନଚକ୍ଷୁ ଖୋଲିଯିବ। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ସାଧୁସନ୍ଥଙ୍କର ସେବାରେ ତଲ୍ଲୀନ ହୋଇପାରନ୍ତି।
ମକର: ନିଜେ ନିଜ କାର୍ଯ୍ୟ କଳାପର ସମୀକ୍ଷା ଓ ସମାଲୋଚନା କରି ଗର୍ବ ବା ଅହଂକାରକୁ ବିସର୍ଜନ କିମ୍ବା ସମର୍ପଣ କରିପାରନ୍ତି। ପ୍ରେମ ଓ ଉଦାର ମାନବିକତା ରୂପକ ଧର୍ମ ଧାରଣ କରିପାରନ୍ତି। ଶ୍ରେଷ୍ଠତା ବଜାୟ ରହିବ।
କୁମ୍ଭ:ଆପଣଙ୍କ ଭିତରେ ଥିବା ଚେତନା ଶକ୍ତି ହେଉଛନ୍ତି ପରମାତ୍ମା। ଶାଶ୍ବତ ସୁଖର ଅନୁସନ୍ଧାନରେ ନିଜକୁ ନିୟୋଜିତ କରିପାରନ୍ତି। ସତ୍ୟ ଓ ଅହିଂସାର ପଥ କଠିନ ହେଲେ ବି ଫଳ ସର୍ବଦା ସୁଖ ଦେଇଥାଏ।
ମୀନ:ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ଏକାନ୍ତରେ ଶୂନ୍ୟ ପୁରୁଷକୁ ଧ୍ୟାନ କଲେ ଦିବ୍ୟ ଜ୍ଞାନ ପ୍ରାପ୍ତ ହେବେ। ପରୋପକାରରେ ନିଜକୁ ସାମିଲ କରିପାରନ୍ତି। ସୁଷମ ଖାଦ୍ୟରେ ଆପ୍ୟାୟିତ ହୋଇପାରନ୍ତି।

Comments are closed.