www.samajalive.in
Saturday, December 13, 2025
26.1 C
Bhubaneswar

ବିରଳ ସଂଯୋଗ : ୫୦୦ ବର୍ଷ ପରେ ରାମନବମୀରେ ରାମଲାଲାଙ୍କର ହେବ ସୂର୍ଯ୍ୟତିଳକରେ ଅଭିଷେକ

ଲଖନଉ : ହିନ୍ଦୁ ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶ୍ରୀରାମ ନବମୀ ପର୍ବ ଏପ୍ରିଲ ୧୭ ତାରିଖ ଦିନ ପାଳନ କରାଯିବ। ଆଯୋଧ୍ୟାରେ ରାମ ନବମୀ ପାଇଁ ଜୋରସୋର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ, ଭଗବାନ ଶ୍ରୀରାମଙ୍କର ଏହି ଦିନ ଜନ୍ମ ହୋଇଥିଲା। ଚଳିତ ବର୍ଷ ରାମନବମୀ ଅବସରରେ ଭଗବାନ ଶ୍ରୀରାମଙ୍କର ସୂର୍ଯ୍ୟତିଳକରେ ଅଭିଷେକ କରାଯିବ। ରାମନବମୀରେ ଦିନ ୧୨ଟାରେ ସୂର୍ଯ୍ୟଙ୍କ କିରଣରେ ରାମଲାଲାଙ୍କର ଅଭିଷେକ କରାଯିବ।

ଚୈତ୍ର ନବରାତ୍ର : ୯ ଦିନ କି କି ଭୋଗ କରିବେ ଅର୍ପଣ..

- Advertisement -

କୁହାଯାଉଛି, ସୂର୍ଯ୍ୟଙ୍କ କିରଣ ୪ ମିନିଟ୍ ପର୍ଯ୍ୟନ୍ତ ରାମଲାଲାଙ୍କର ମୁଖମଣ୍ଡଳକୁ ତେଜମୟ  କରିବ। ଏହି ସୂର୍ଯ୍ୟତିଳକ ୭୫ ମିମିର ହେବ। ବୈଜ୍ଞାନିକଙ୍କ ଦ୍ୱାରା ରାମଲାଲାଙ୍କର ସୂର୍ଯ୍ୟତିଳକର ପ୍ରସ୍ତୁତି କରାଯାଉଛି। ଏଥିପାଇଁ ବୈଜ୍ଞାନିକ ମାନେ ମନ୍ଦିରର ବିଭିନ୍ନ ଉପକରଣକୁ ମଧ୍ୟ ବ୍ୟବହାର କରିଛନ୍ତି।

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାମ ମନ୍ଦିର ନିର୍ମାଣ ସମୟରେ ପ୍ରସ୍ତାବ ରଖାଯାଇଥିଲା ଯେ, ରାମ ନବମୀରେ ଦିନ ସମୟରେ ରାମଲାଲାଙ୍କର ସୂର୍ଯ୍ୟତିଳକ କରାଯିବ। କିଛି ସମୟ ପାଇଁ ସୂର୍ଯ୍ୟକିରଣ ଦିନ ସମୟରେ ସିଧାସଳଖ ରାମଲାଲାଙ୍କ ମୂର୍ତ୍ତିରେ ପଡିବ। ଯେପରି ରାମଲାଲାଙ୍କର ସୂର୍ଯ୍ୟଙ୍କ ରଶ୍ମିରେ ଅଭିଷେକ କରାଯାଉଛି। ସୂର୍ଯ୍ୟତିଳକ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..

ସୂଚନାନୁଯାୟୀ, ରାମନବମୀ ଦିନ ରାମଲାଲାଙ୍କ ମଥାରେ ଦିନ ୧୨ଟା ୪ ମିନିଟ୍ ରେ ସୂର୍ଯ୍ୟତିଳକ ଶୁଶୋଭିତ କରିବ। ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ସୂର୍ଯ୍ୟତିଳକ ରାମନବମୀ ଦିନ ହେବ। ଏହି ସୂର୍ଯ୍ୟ ତିଳଳ ବୈଜ୍ଞାନିକ ୩ୟ ମହଲାରେ ସ୍ଥାପନ କରିଛନ୍ତି। ୨ୟ ମହଲାରେ ଏକ ଦର୍ପଣ ଓ ଲେନ୍ସ ସ୍ଥାପନ କରାଯାଇଛି। ଯାଦ୍ୱାରା ଶେଷରେ ସୂର୍ଯ୍ୟଙ୍କ କିରଣ ତିଳକ ରୂପରେ ରାମଲାଲାଙ୍କର ମୂର୍ତ୍ତିର ମସ୍ତକରେ ପଡିବ। ଏହି ଦୃଶ୍ୟ କେବଳ ୩-୪ ମିନିଟ୍ ପର୍ଯ୍ୟନ୍ତ ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories