www.samajalive.in
Friday, December 5, 2025
20.1 C
Bhubaneswar

ଆନନ୍ଦେଶ୍ୱର ମନ୍ଦିରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ଜଗନ୍ନାଥ ନାଏକ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ଦ୍ୱିତୀୟ ଥର ପ୍ରାର୍ଥୀ ହେବା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସୋମବାର ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ସ୍ଥିତ ପାଟଣା ଆନନ୍ଦେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ଜଗନ୍ନାଥ ନାଏକ। ମନ୍ଦିର ପରିସରରେ ଥିବା ଆନନ୍ଦେଶ୍ବର ମହାଦେବ, ରାଧାକୃଷ୍ଣ ମନ୍ଦିର, ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଶ୍ରୀରାମ ମନ୍ଦିରରେ ସେ ପୂଜା ପାଠ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ନିର୍ବାଚନ ମଣ୍ଡଳୀର ସମ୍ପୁର୍ଣ୍ଣ ବିକାଶ କରିବା ହେଉଛି ମୋର ଦାୟିତ୍ଵ ବୋଲି ସେ କହିଛନ୍ତି। ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ ଏହା ଏକ ସାମାଜିକ ଆନ୍ଦୋଳନ ବୋଲି ପ୍ରକାଶ କରିବା ସହ ଏହି ଦଳକୁ ପୁନର୍ବାର ବହୁସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲ୍ଲା ବିଜେଡ଼ି କୃଷକ ସେଲ ସଭାପତି ଦୀପକ କୁମାର ରାଜ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ,ବଡ଼ପାଟଣା ପଞ୍ଚାୟତ ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, କଣ୍ଟିଆପଡା ସମିତି ସଭ୍ୟା ସଂଜୁଲତା ମହାନ୍ତ, ବରିଷ୍ଠ ନେତା ପ୍ରମୋଦ କୁମାର ଭଞ୍ଜ,ସଞ୍ଜିତ ଚକ୍ର,ଅଯୋଧ୍ୟା ବେହେରା, ମହେନ୍ଦ୍ର ମିଶ୍ରଙ୍କ ସହିତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories