www.samajalive.in
Sunday, December 14, 2025
14.1 C
Bhubaneswar

4G ନେଟଓ୍ବର୍କକୁ ଚଳାଇବା ପାଇଁ ନୋକିଆ ଏବଂ ଚୀନଠୁ ସାହାଯ୍ୟ ନେଉଛି ବିଏସଏନଏଲ୍

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନୋକିଆ ଏବଂ ଚୀନର କମ୍ପାନୀ ଜେଡଟିଇଠୁ ପରାମର୍ଶ ନେଉଛି । ସୂଚନା ଅନୁସାରେ ବିଏସଏନଏଲ୍ ନିଜ ନୂଆ ସ୍ବଦେଶୀ ରୂପେ ବିକଶିତ ୪ଜି ନେଟଓ୍ବର୍କକୁ ନିଜ ବର୍ତ୍ତମାନର ୨ଜି ଏବଂ ଥ୍ରୀଜି ନେଟଓ୍ବର୍କ ସହିତ ଯୋଡିବାରେ ସାହାଯ୍ୟ ପାଇଁ ନୋକିଆ ଏବଂ ଜେଡଟିଇ ଭଳି କମ୍ପାନୀଠୁ ପରାମର୍ଶ ନେଉଛି । ବିଏସଏନଏଲ୍ ନିଜ ଆଉଟଡୋର ୪ଜି ସେବାକୁ ଉତ୍ତମ କରିବା ପାଇଁ ଏମିତି ପଦକ୍ଷେପ ଉଠାଇଛି ।

ଭାରତ ସରକାର ସି-ଡଟ୍ ମାଧ୍ୟମରେ ୪ଜି ନେଟଓ୍ବର୍କର ମୁଖ୍ୟ ଭାଗ(କୋର ନେଟଓ୍ବର୍କ) ସ୍ବଦେଶୀ ରୂପେ ବିକଶିତ  କରିଛି । ସେହିଭଳି ରେଡିଓ ଉପକରଣ ଟାଟା ସମୂହର କମ୍ପାନୀ ତେଜସ ନେଟଓ୍ବର୍କସ ଦ୍ବାରା ଯୋଗାଣ କରୁଛି ଏବଂ ଟିସିଏସ୍ ସିଷ୍ଟମ ଇଣ୍ଟିଗ୍ରେଟର ରୂପେ କାମ କରୁଛି ।

ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ

- Advertisement -

ସି-ଡଟ୍ ଚଣ୍ଡୀଗଡ ଏବଂ ଅମ୍ବାଲାରେ ବିଏସଏନଏଲର ବାଣିଜ୍ୟିକ ନେଟଓ୍ବର୍କ ଉପରେ ନିଜ ସ୍ବଦେଶୀ ୪ଜି କୋରର ସଫଳ ପରୀକ୍ଷଣ କରିଛି । ବର୍ତ୍ତମାନ ସେବା ଟେଷ୍ଟବେଡ କୋର ନେଟଓ୍ବର୍କ ମାଧ୍ୟମରେ ଦିଆଯାଉଛି । ମେ-ଜୁନ୍ ସୁଦ୍ଧା ଏକ ନିୟମିତ କୋର ନେଟଓ୍ବର୍କ ଆରମ୍ଭ ହେବା ଆଶା କରାଯାଉଛି ଯାହା ୧ ଲକ୍ଷରୁ ଅଧିକ ସାଇଟକୁ ସମ୍ଭାଳି ପାରିବ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories