ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..

ଲଖନଉ : ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ବାଳକ ପ୍ରଭୁ ରାମଙ୍କ ଯତ୍ନ ପାଇଁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ଖରାଦିନ ଆରମ୍ଭ ହେବା ମାତ୍ରେ ରାମଲାଲାଙ୍କ ଭୋଗରେ ପରିବର୍ତ୍ତନ କରାଯାଇଥିବା ଦେଖାଯାଇଛି।

ଭବ୍ୟ ରାମ ମନ୍ଦିରରେ ବିରାଜିତ ପ୍ରଭୁ ରାମଲାଲାଙ୍କର ପ୍ରତ୍ୟେକ ଦିନ ଶାସ୍ତ୍ରୀୟ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ତେଣୁ ପାଗରେ ପରିବର୍ତ୍ତନ କାରଣରୁ ପ୍ରଭୁଙ୍କ ଭୋଗରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ପ୍ରଭୁ ରାମଲାଲାଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ପଣ କରାଯାଉଥିବା ଭୋଗରେ ପରିବର୍ତ୍ତନ କରାଯାଇଛି।

ପ୍ରଭୁ ରାମଲାଲାଙ୍କ ଭୋଗରେ ଦହି ସାମିଲ କରାଯାଇଛି। ଖରାଦିନେ ରାମଲାଲାଙ୍କୁ ନିୟମିତ ପଞ୍ଚାମୃତ (ମହୁ, ଦହି, ଘିଅ, ଓ ଜଳ) ସହ ଦହି ଅର୍ପଣ କରାଯିବ। ରାମଲାଲାଙ୍କୁ ସୁନାର ପାତ୍ରରେ ଏହି ଭୋଗ ଅର୍ପଣ କରାଯାଉଛି।

ପ୍ରଭୁଙ୍କ ବେଶ ପୂର୍ବରୁ ପ୍ରଭୁଙ୍କ ଫଳ ମଧ୍ୟରେ କମଳା, ସେଓ ଆଦି ଅର୍ପଣ କରାଯାଉଛି। ଏହାସହ ପ୍ରଭୁଙ୍କ ପ୍ରିୟ କ୍ଷୀରି,ରାବିଡି, ବିଭିନ୍ନ ମିଠା ଅର୍ପଣ କରାଯାଉଛି। ଏହାସହ ଦଲିଆ, ହାଲୱା ଭୋଗ ଅର୍ପଣ କରାଯାଉଛି।

ଶନିଙ୍କ ପୂଜା ସମୟରେ ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌ : ନଚେତ୍‌‌..

ମଧ୍ୟାହ୍ନ ୧୨ଟା ଆରତୀ ପୂର୍ବରୁ ପଞ୍ଚାମୃତ ଅର୍ପଣ କରିବା ପରେ ରାମଲାଲାଙ୍କୁ ଡାଲି, ରୁଟି, ଭାତ, ଦହି, ୨ ପ୍ରକାର ତରକାରୀ ଅର୍ପଣ କରାଯାଏ। ଏହାସହ ରାତିରେ ଶୟନ ଆଳତୀ ପୂର୍ବରୁ ପଞ୍ଚାମୃତ ଅର୍ପଣ ପରେ ପୁରୀ, ତରକାରୀ ଆଦି ଭୋଗ ଅର୍ପଣ କରାଯାଉଛି।

ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ଜାରି ରହିବ ହିଟୱେଭ୍

Comments are closed.