କଲବଲ କରୁଛି ଖରା: ୧୪ ଜିଲ୍ଲାକୁ ହିଟୱେଭ୍ ସତର୍କତା
ଭୁବନେଶ୍ବର: ସାରା ରାଜ୍ୟରେ କଲବଲ କରୁଛି ଖରା । ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡେଉଁଲାଣି। ଶୁକ୍ରବାର ୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ଏସିଆର ଷଷ୍ଠ ଏବଂ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା। ରାଜ୍ୟର ୨୫ଟି ସହରରେ ପାରଦ ୪୦ ଟପିଥିଲା। ୯ଟି ସ୍ଥାନରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା। ଆଜି ୧୪ ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ତେବେ ୭ ଓ ୮ ତାରିଖ ଦୁଇ ଦିନ ତାତିରେ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
Comments are closed.