ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା
ସମାଜ ଡିଜିଟାଲ ଡେସ୍କ: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବ କର୍ମ ଓ କାର୍ଯ୍ୟ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କରି ଶନିଦେବଙ୍କୁ ସନ୍ତୁଷ୍ଟ କରିବେ ଚାଲନ୍ତୁ ଜାଣିବା।
ଆପଣଙ୍କ ରାଶିରେ ଶନିଙ୍କୁ ଶକ୍ତିଶାଳୀ କରିବା ପାଇଁ ଶନିବାର ଦିନ କଳା ରଙ୍ଗର ଜିନିଷ ଦାନ କରନ୍ତୁ। ଯେପରିକି କଳା ରଙ୍ଗର ପୋଷାକ, କଳା ରଙ୍ଗର ମିଠା ଜାତୀୟ ଖାଦ୍ୟ ପଦାର୍ଥ, କଳା ତେଲ, ଲୁହା ବାସନ ଏବଂ କଳା ରଙ୍ଗର କମ୍ବଳ।
ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଦିନ ଓସ୍ତ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ମଜବୁତ ହେବ।
ଶନିବାର ଦିନ ଗରିବଙ୍କୁ ଚମଡାରେ ତିଆରି ସାମଗ୍ରୀ ଦାନ କରନ୍ତୁ। ଯେପରିକି ଚପଲ, ଜୋତା ଆଦି ଦାନ କରନ୍ତୁ। ଏହା କରିଲେ ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି।
ଶନିବାର ଦିନ ନିଶ୍ଚିତ ଭାବେ ହନୁମାନ ଚାଲିଶା ପାଠ କରନ୍ତୁ। ହନୁମାନ ମନ୍ଦିର ଯାଇ ଦର୍ଶନ କରନ୍ତୁ। ଏହା ଦ୍ୱାରା ଶନିଦୋଷ କଟିବା ସହିତ ଜୀବନରେ ସମସ୍ତ ବାଧା ଦୂର ହୋଇଥାଏ।
ଏହାସହିତ ଶନିବାର ଦିନ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ। ଏହା ଦ୍ୱାରା ଜୀବନରେ ଅଗ୍ରଗତି ହେବା ସହ ଭଗବାନ କାଳବୈରଭଙ୍କ ପୂଜା କରନ୍ତୁ। ଆପଣଙ୍କ ରାଶିରେ ଶନିଦୋଷ କଟିବା ସହି ଶନିଦେବଙ୍କ କୃପା ପ୍ରାପ୍ତ ହେବ।
Comments are closed.