www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରମିକଙ୍କୁ ଟାଣ ଖରାରେ କାମ କରିବା ମନା

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଚଳିତ ଗ୍ରୀଷ୍ମଋତୁରେ ସମ୍ଭାବ୍ୟ ଅଂଶୁଘାତକୁ ରୋକିବାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକ ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ୩୦ ପର୍ଯ୍ୟନ୍ତ କାମ କରିବେନି। ଏନେଇ ବିଭାଗ ପକ୍ଷରୁ ସମସ୍ତ ରାଜସ୍ବ ଆୟୁକ୍ତ, ଜିଲାପାଳ ଏବଂ ରାଜ୍ୟ ଶ୍ରମ ଆୟୁକ୍ତଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଉକ୍ତ ସମୟ ମଧ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାଲିକ ଏବଂ ଠିକାଦାରଙ୍କୁ ଅନୁରୋଧ କରାଯାଇଛି। ଆବଶ୍ୟକସ୍ଥଳେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିପାରିବେ ବୋଲି କୁହାଯାଇଛି। ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକ ସେବା ସହ ଜଡ଼ିତ, ଯେଉଁଥିରେ ଶ୍ରମିକଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ`  ସେ କ୍ଷେତ୍ରରେ ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ। ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରୀ ଚିକିତ୍ସା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆରଏସ୍‌ ପ୍ୟାକେଟ୍‌ ଆଦି ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାର ଚିକିତ୍ସାଧିକାରୀ, ଉପମଣ୍ଡଳ ଚିକିତ୍ସାଧିକାରୀ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଳୟଗୁଡ଼ିକରେ ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟର ଚିକିତ୍ସାଧିକାରୀଙ୍କୁ ପ୍ରଚଣ୍ଡ ରୌଦ୍ରତାପଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀଙ୍କ ତତ୍‌ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories