www.samajalive.in
Sunday, December 14, 2025
23.1 C
Bhubaneswar

ଟାଙ୍ଗିଆରେ ହାଣି ପତ୍ନୀକୁ ହତ୍ୟା ଘଟଣାରେ ମଦ୍ୟପ ସ୍ୱାମୀ ଗିରଫ 

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଚମ୍ପାପୁର ଟିକିରାସାହିରେ ଗତ ମଙ୍ଗଳବାର ଦିନ ସ୍ତ୍ରୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ମଦ୍ୟପ ସ୍ୱାମୀକୁ ଗୁରୁବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମାମଲାରୁ ପ୍ରକାଶ ଚମ୍ପାପୁର ଟିକିରାସାହି ଠାରେ ସନାତନ ନାଗ ( ୫୦) ନିଜର ଦିତୀୟ ପତ୍ନୀ ଅମୃତି ଅଦର (୪୦) ଙ୍କୁ ପାରିବାରିକ କଳହ ଯୋଗୁଁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ମଦ୍ୟପ ସ୍ୱାମୀ ସନାତନ ଫେରାର ହୋଇ ଯାଇଥିଲା।

ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ


ବୌଦ୍ଧ ପୁଲିସ ଗୁରୁବାର ଦିନ ସକାଳେ ଅଭିଯୁକ୍ତ ସ୍ୱାମୀକୁ ବାମଣ୍ଡା ନିକଟରୁ ଗିରଫ କରିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କୁ ପଚାରିବାରୁ ଅଭିଯୁକ୍ତକୁ ବାମଣ୍ଡା ନିକଟରୁ ଗିରଫ କରାଯାଇଥିବା ସହ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories