www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଫେରିଲା ସ୍କୋଡା ସୁପର୍ବ, ମିଳିବ ଅନେକ ନୂଆ ଫିଚର୍ସ

ନୂଆଦିଲ୍ଲୀ : ଲୋକମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇପାରିଥିବା ସ୍କୋଡାର ସେଡାନ ସୁପର୍ବ ପୁଣି ଭାରତକୁ ଫେରୁଛି । ଏହାର ଦାମ୍ ୫୪ ଲକ୍ଷ ଟଙ୍କା ରଖାଯାଇଛି । ଏଥିରେ ଏକ ପାଓ୍ବରଟ୍ରେନ୍ ବିକଳ୍ପ ଦିଆଯାଇଛି । ଲୋକେ ଏହାକୁ ଅନଲାଇନ୍ ବା ସ୍କୋଡା ଡିଲରସିପରେ ଏହାକୁ ବୁକ୍ କରିପାରିବେ । ଏହାର ଡେଲିଭରୀ ଆଗାମୀ ମାସରୁ ଆରମ୍ଭ ହେବ ।

ସ୍କୋଡା ସୁପର୍ବରେ ଫକ୍ସଓ୍ବାଗନ ଗ୍ରୁପର ୨.୦ ଲିଟର ୪ ସିଲିଣ୍ଡର ଟିଏସଆଇ ପେଟ୍ରୋଲ ଇଞ୍ଜିନ୍ ମିଳିବ ଯାହା ଅନେକ ଫକ୍ସଓ୍ବାଗନ ଏବଂ ସ୍କୋଡା କାରରେ ବ୍ୟବହାର ହୋଇଥାଏ । ଏହି ଇଞ୍ଜିନ୍ ୧୮୭ ବିଏଚପି ପାଓ୍ବର ଏବଂ ୩୨୦ ଏନଏମ ଟର୍କ ଉତ୍ପନ କରିଥାଏ । ଇଞ୍ଜିନର ପାଓ୍ବରକୁ ୭ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ଜରିଆରେ ଆଗ ଚକାକୁ ପାଓ୍ବର ଦେଇଥାଏ ।

ଭାରତ ପାଇଁ କାର୍ ଉତ୍ପାଦନ କରିବ ଟେସଲା, ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ

- Advertisement -

ନୂଆ ସୁପର୍ବ ଦେଖିବାକୁ ବହୁତ ଷ୍ଟାଇଲିସ୍ ଲାଗୁଛି । ଏଥିରେ କ୍ରୋମ୍ ବିଶିଷ୍ଟ ସ୍କୋଡା ରେଡିଏଟର ଗ୍ରିଲ୍ ଏବଂ ଚଉଡା ଏୟାର ଡ୍ୟାମ୍ ବିଶିଷ୍ଟ ଷ୍ଟାଇଲିସ୍ ଆଗ ବମ୍ପର ସାମିଲ । ଏଥିରେ ୧୮ ଇଞ୍ଚର ଡୁଆଲ ଟୋନ୍ ଆଲୟ ହ୍ବିଲ୍ସ ମିଳିବ । ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ୯ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ମିଳିବ । ଗାଡିରେ ୧୨ଟି ସ୍ପିକର ମିଳିବ । ଗାଡିରେ ୩୬୦ ଡିଗ୍ରୀ ଦୃଶ୍ୟମାନ କ୍ୟାମେରା ମିଳିବ ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories