www.samajalive.in
Saturday, December 13, 2025
26.1 C
Bhubaneswar

ଗରମ ତେଲରେ ହାତ ପୁରାଇ ପକୁଡି ଛାଣୁଛନ୍ତି ଦୋକାନୀ: ଭିଡିଓ ଦେଖି ଲୋକେ କହିଲେ, ‘ଲୁହାର ହାତ’

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଆଜି କାଲି ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏହା ମଧ୍ୟରୁ କେଉଁଟି ସତ ଏବଂ କେଉଁଟି ମିଛ ଜାଣିବା କଷ୍ଟ ହୋଇପଡୁଛି । ଏବେ ଏମିତି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରିବେନି । ଜଣେ ବ୍ୟକ୍ତି ଗରମ ତେଲରେ ହାତ ପୁରାଇ ପକୁଡି ଛାଣୁଛନ୍ତି । ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି ।

 

View this post on Instagram

 

A post shared by Saurabh Birari (@foodie_saurabh_)

- Advertisement -

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେଉଛି । ଏଥିରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିରେ ଜଣେ ଜଳଖିଆ ଦୋକାନୀ ଏବଂ ତାଙ୍କ ହେଲପରଙ୍କ କାରନାମା ସମସ୍ତଙ୍କୁ ଚକିତ କରୁଛି । ଉଭୟ ଅତି ସହଜରେ ଗରମ ତେଲରେ ହାତ ପୁରାଇ ପକୁଡି ଛାଣୁଛନ୍ତି ।

ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

ମାତ୍ର କିଛି ସେକେଣ୍ଡର ଏହି ଭିଡିଓକୁ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି । ପ୍ରତିକ୍ରିୟା ରଖି କେହି କେହି ତାଙ୍କୁ ଲୁହାର ମଣିଷ କହୁଛନ୍ତି ତ ଆଉ କିଏ ତାଙ୍କୁ ଭାରତର ଆଭେଞ୍ଜର୍ସ କହୁଛନ୍ତି । ତେବେ ଯାହା ବି ହେଉ ସମସ୍ତେ ତାଙ୍କର ଏହି କାରନାମା ଦେଖି ଚକିତ ହେଉଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories