www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ପାଇଁ କାର୍ ଉତ୍ପାଦନ କରିବ ଟେସଲା, ବର୍ଷ ଶେଷ ସୁଦ୍ଧା ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ : ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଟେସଲା ଗିଗାଫ୍ୟାକ୍ଟ୍ରି ବର୍ଲିନରେ ଭାରତ ପାଇଁ ରାଇଟ-ହ୍ୟାଣ୍ଡ୍ ଡ୍ରାଇଭ୍ କାରର ପ୍ରଡକ୍ସନ ଆରମ୍ଭ କରିଦେଇଛି । କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶକୁ କାର୍ ଆଣିପାରେ । ପୂର୍ବରୁ ଖବର ଆସୁଥିଲା କି ଟେସଲା ଏପ୍ରିଲ ମାସରେ ଭାରତକୁ ଏକ ଟିମ୍ ପଠାଇବ ଯାହା ଦେଶରେ ୨-୩ ବିଲିୟନ୍ (୧୬ ହଜାର କୋଟି ଟଙ୍କାରୁ ୨୫ ହଜାର କୋଟି)ର ଇଲେକ୍ଟ୍ରିକ୍ କାର ନିର୍ମାଣ ପ୍ଲାଣ୍ଟ ପାଇଁ ସ୍ଥାନ ସନ୍ଧାନ କରିବ ।

ଇ-କାର୍ ପ୍ଲାଣ୍ଟ ପାଇଁ ଟିମ ମହାରାଷ୍ଟ୍ର, ଗୁଜରାତ ଏବଂ ତାମିଲନାଡୁ ଭଳି ଅଟୋମେଟିଭ୍ ହବ୍ ବିଶିଷ୍ଟ ରାଜ୍ୟ ଉପରେ ଅଧିକ ଗୁରୁତ୍ବ ଦେଉଛି । ତେବେ କିଛି କାରଖାନା ହରିୟାଣାରେ ମଧ୍ୟ ନିର୍ମାଣ ହେବ । ଯେଉଁ ରାଜ୍ୟରେ ବନ୍ଦର ଅଛି ସେହି ସ୍ଥାନରେ ନିର୍ମାଣ କରାଗଲେ କାର ରପ୍ତାନୀ ସହଜ ହେବ ବୋଲି ଟିମ୍ ଯୋଜନା କରିଛି ।

କାର୍ ବିକ୍ରିରେ ତୃତୀୟ ନମ୍ବରରେ ଟାଟା ମୋଟର୍ସ, ବାଜି ମାରିନେଲା ମାରୁତି ସୁଜୁକି

- Advertisement -

କହିରଖୁଛୁ କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ଗାଡି ନିର୍ମାଣ କରିବା ପାଇଁ ନିଜ ନୂଆ ଇଭି ପଲିସିକୁ ମଞ୍ଜୁରି ଦେଇଦେଇଛନ୍ତି । ନୂଆ ପଲିସିରେ କମ୍ପାନୀମାନଙ୍କୁ ସର୍ବନିମ୍ନ ୪୧୫୦ କୋଟି ନିବେଶ ନିୟମ ରଖାଯାଇଛି ଏବଂ ସର୍ବାଧିକ ନିବେଶର କୌଣସି ସୀମା ନାହିଁ । ବିଦେଶୀ କାର୍ ନିର୍ମାତାଙ୍କୁ ଭାରତରେ ବ୍ୟବସାୟ ଆରମ୍ଭ କରିବାର ୩ ବର୍ଷ ଭିତରେ ଦେଶରେ ନିଜ ଉତ୍ପାଦନ ଆରମ୍ଭ କରିବାକୁ ହେବ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories