www.samajalive.in
Wednesday, December 10, 2025
26.1 C
Bhubaneswar

ଆଚାର୍ଯ୍ୟ ଭାବାନନ୍ଦ ଓ ସରୋଜ ରଂଜନ ପାଇବେ ଓଡ଼ିଆ ଗବେଷଣା ପରିଷଦ ପୁରସ୍କାର

ଡେସ୍କ: କଟକର ପୁରାତନ ସାହିତ୍ୟ ଅନୁଷ୍ଠାନ ‘ଓଡ଼ିଆ ଗବେଷଣା ପରିଷଦ’ର ୨୦୨୩ ବର୍ଷର ପୁରସ୍କାର ଘୋଷିତ ହୋଇଛି। ଲୋକ ସାହିତ୍ୟର ବିଶିଷ୍ଟ ଓ ବର୍ଷୀୟାନ ଗବେଷକ ଆଚାର୍ଯ୍ୟ ଭାବାନନ୍ଦ (ଡକ୍ଟର ଭାବଗ୍ରାହୀ ମିଶ୍ର) ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’ ଏବଂ ବରିଷ୍ଠ ସଂପାଦକ ଓ କବି ସରୋଜ ରଂଜନ ମହାନ୍ତି ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପାଇବେ। ଏପ୍ରିଲ ୭ ତାରିଖ ରବିବାର, ଦିନ ୧୦ଟା ବେଳେ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ, ମାନପତ୍ର, ଉତ୍ତରୀୟ ଓ ୧୦ହଜାର ଟଙ୍କାର ଅର୍ଥରାଶି ସମ୍ବଳିତ ଏହି ଦୁଇ ପୁରସ୍କାର ପ୍ରଦାନ କରାଯିବ।

୪ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

- Advertisement -

ଗବେଷଣା ପରିଷଦର ଏହି ୪୪ତମ ବାର୍ଷିକ ଉତ୍ସବରେ ବିଶିଷ୍ଟ ଭାଷାବିଜ୍ଞାନୀ ଓ ଲୋକବିଦ୍ୟାବିତ୍‌‌ ଡକ୍ଟର ଅରବିନ୍ଦ ପଟ୍ଟନାୟକ ଉଦ୍‌‌ଘାଟକ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏହି ଅବସରରେ ପରିଷଦର ଷାଣ୍ମାସିକ ଗବେଷଣା ପତ୍ରିକା ‘ଏଷଣା’ର ୮୭ତମ ସଂଖ୍ୟା ଓ ଅନ୍ୟ ପୁସ୍ତକ ଉନ୍ମୋଚିତ ହେବ। ପରିଷଦର ସଦସ୍ୟ ସଦସ୍ୟା ଓ ଶୁଭେଚ୍ଛୁ ଏଥିରେ ଯୋଗଦେବା ପାଇଁ ସଭାପତି ସୁଧୀର ଚନ୍ଦ୍ର ବେହୁରା, ଉପସଭାପତି ଅସିତ ମହାନ୍ତି ଓ ସଂପାଦକ ଗୌରାଙ୍ଗ ଚରଣ ଦାଶ ଅନୁରୋଧ କରିଛନ୍ତି।

ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories