ଔଷଧ ଦର ବୃଦ୍ଧି ଖବର ବିଭ୍ରାନ୍ତିକର ଓ ମିଥ୍ୟା – ସରକାର
ଡେସ୍କ: ଗଣମାଧ୍ୟମରେ ଔଷଧ ଦର ବୃଦ୍ଧି ସମ୍ପର୍କିତ ପ୍ରକାଶିତ ଖବର ବିଭ୍ରାନ୍ତିକର ଓ ମିଥ୍ୟା ବୋଲି ସରକାର କହିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୫୦୦ରୁ ଅଧିକ ଔଷଧ ଦର ବୃଦ୍ଧି ଦ୍ୱାରା ପ୍ରଭାବିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଭଳି ଖବର ମିଥ୍ୟା ଓ ବିଭ୍ରାନ୍ତିକର। ଔଷଧ ବିଭାଗ ଅଧୀନରେ ଥିବା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସ (ଡବ୍ଲୁପିଆଇ) ଅଧୀନରେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଔଷଧର ମୂଲ୍ୟ ସଂଶୋଧନ କରିଥାଏ। ୭୮୨ଟି ଔଷଧର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ୫୪ଟି ଔଷଧ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି।
Comments are closed.