www.samajalive.in
Sunday, December 14, 2025
26.1 C
Bhubaneswar

ପାକ ଅଧିକୃତ କାଶ୍ମୀର ପାକିସ୍ତାନର ଅଂଶ ନୁହେଁ

ଡେସ୍କ: ମିଳିତ ଆୱାମୀ ଆକ୍ସନ କମିଟିର ମିରପୁର ଶାଖାର ପ୍ରମୁଖ ନେତା ଆରିଫ ଚୌଧୁରୀ ମଙ୍ଗଳବାର ମିରପୁର ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାକ୍ ଅଧିକୃତ କଶ୍ମୀରବାସୀଙ୍କ ପ୍ରତି ପାକିସ୍ତାନ ପ୍ରଶାସନର ଅବହେଳାକୁ ସମାଲୋଚନା କରିଛନ୍ତି।

ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ

- Advertisement -

ଶ୍ରୀ ଚୌଧୁରୀ ପିଓକେ ବାସିନ୍ଦାଙ୍କ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଅଧିକାର ଏବଂ ଆବଶ୍ୟକତା ପୂରଣ ନହେବା ଉପରେ ଗୁରୁତ୍ୱାରୋପ କରିବା ସହ ପାକିସ୍ତାନର ହିତ ପାଇଁ ମୀରପୁରର ବାରମ୍ବାର ବଳିଦାନ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ଆଜି ବି ସେହି ବିନାଶ ଜାରି ରହିଛି। ସମ୍ମିଳନୀରେ ଆରିଫ ଚୌଧୁରୀ କହିଛନ୍ତି ଯେ ପିଓକେ ସାମ୍ବିଧାନିକ ଭାବେ ପାକିସ୍ତାନର ଅଂଶ ନୁହେଁ।

କୋଲେଷ୍ଟେରୋଲ୍‌‌ ପାଇଁ ଚିନ୍ତିତ କି? ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୨ଟି ଜିନିଷ..

ପାକିସ୍ତାନର ସମ୍ବିଧାନ ବିଷୟରେ ଚୌଧୁରୀ କହିଛନ୍ତି, ପାକିସ୍ତାନ ସମ୍ବିଧାନର ଧାରା ୨୫୭ ଅନୁଯାୟୀ ପିଓକେ ପାକିସ୍ତାନର ଅଂଶ ନୁହେଁ। ୧୯୪୦ ଦଶକର ଶେଷ ଭାଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ପାରସ୍ପରିକ ବୁଝାମଣା ଆଧାରରେ ମିଳିତ ଜାତିସଂଘର ଏକ ସଂକଳ୍ପରେ ଏହାର ମାନ୍ୟତା ଘୋଷଣା କରାଯାଇଥିଲା। ସେତେବେଳେ ପିଓକେବାସୀଙ୍କୁ ୨୬ଟି ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେଣୁ ଜାତିସଂଘରେ ଚୁକ୍ତି ସ୍ୱାକ୍ଷର କରିଥିବାରୁ ପାକିସ୍ତାନ ଆମ ଲୋକଙ୍କ ପ୍ରତି ନିଜର ଭୂମିକା ପୂରଣ କରିବାକୁ ବାଧ୍ୟ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories