www.samajalive.in
Monday, December 15, 2025
17.1 C
Bhubaneswar

କୋଲେଷ୍ଟେରୋଲ୍‌‌ ପାଇଁ ଚିନ୍ତିତ କି? ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୨ଟି ଜିନିଷ..

ବର୍ତ୍ତମାନ ସମୟରେ ଉଚ୍ଚ କୋଲେଷ୍ଟେରୋଲ୍‌‌ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖା ଯାଉଛି। କମ୍‌‌ ବୟସ୍କଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଶରୀରରେ ଏହାର ମାତ୍ରା ବୃଦ୍ଧି ହେବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ଏହା ସୃଷ୍ଟି କରିଥାଏ। କୋଲେଷ୍ଟେରୋଲ୍‌‌ ଅଧିକ ବୃଦ୍ଧି ହେବା ଦ୍ୱାରା ହୃଦଘାତ ଓ ଷ୍ଟ୍ରୋକ୍‌‌ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣରେ ରହିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଔଷଧ ସେବନ କରାଯାଏ। ମାତ୍ର କିଛି ଏପରି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ୭ ଦିନ ମଧ୍ୟରେ କୋଲେଷ୍ଟେରୋଲ୍‌‌ ସ୍ତର ହ୍ରାସ ହୋଇଥାଏ। ଜାଣନ୍ତୁ ରୋଷେଇ ଘରେ ଥିବା କେଉଁ ଜିନିଷ କୋଲେଷ୍ଟେରୋଲ୍‌‌ ସ୍ତର ହ୍ରାସ କରିଥାଏ।

ଆୟୁର୍ବେଦ ଅନୁଯାୟୀ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ କରିବା ପାଇଁ ଅଳସୀ ମଞ୍ଜି ଓ ଡାଲଚିନି ଅତ୍ୟଧିକ ଲାଭଦାୟକ। ଉଚ୍ଚ କୋଲେଷ୍ଟେରୋଲ୍‌‌ ରୋଗୀ ଏହି ଦୁଇଟି ଜିନିଷର ସେବନ କରିବା ଦ୍ୱାରା କିଛି ଦିନ ମଧ୍ୟରେ ଏହା ହ୍ରାସ ହେବ। ଅଳସୀ ମଞ୍ଜି ପେଷି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ। ନିୟମିତ ଏକ ଗ୍ଲାସ ପାଣିରେ ୧ ଚାମଚ ଅଳସୀ ମଞ୍ଚି ଗୁଣ୍ଡ ମିଶାଇ ପିଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ହ୍ରାସ ହୋଇଥାଏ। ଅଳସୀରେ ଫାଇବରର ଉତ୍ତମ ସ୍ରୋତ ରହିଛି। ଏହା ପେଟକୁ ମଧ୍ୟ ସୁସ୍ଥ ରଖିଥାଏ। କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଅଳସୀ ମଞ୍ଜି ରାମବାଣ।

- Advertisement -

ଡାଲଚିନି ସେବନ କରିବା ଦ୍ୱାରା ମଧ୍ୟ କୋଲେଷ୍ଟେରୋଲ୍‌‌ରୁ ମୁକ୍ତି ମିଳିଥାଏ। ଏଥିପାଇଁ ଡାଲଚିନି ଖଣ୍ଡକୁ ପେଷି ଦିଅନ୍ତୁ। ଏହି ଗୁଣ୍ଡକୁ କମ୍‌‌ ମାତ୍ରାରେ ସକାଳେ ଖାଲି ପେଟରେ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା କୋଲେଷ୍ଟେରୋଲ୍‌‌ ଖୁବ୍‌‌ ଶୀଘ୍ର ହ୍ରାସ ହୋଇ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଏହାକୁ ଖୁବ୍‌‌ କମ୍‌‌ ମାତ୍ରାରେ ପାଣିରେ ମିଶାନ୍ତୁ। ଏହାସହ କୋଲେଷ୍ଟେରୋଲ୍‌‌ରୁ ମୁକ୍ତି ପାଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ, ନିୟମିତ ରୂପରେ ବ୍ୟାୟାମ ,ଉତ୍ତମ ଜୀବନଶୈଳୀ ଆପଣାଇବା ଆବଶ୍ୟକ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories