www.samajalive.in
Monday, December 15, 2025
27.1 C
Bhubaneswar

ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୪ ରୁ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।

ମଙ୍ଗଳବାର ଓଡ଼ିଶାରେ ତାପମାତ୍ର ୪୨ ଡିଗ୍ରୀ ପାଖରେ ପହଞ୍ଚିଛି। ଆଜି ରାଜ୍ୟର ୭ ସହର ତାପମାତ୍ରା ୪୧ ଉପରେ ରହିଥିବାବେଳେ ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ା ୪୧.୫, ବୌଦ୍ଧ ୪୧.୪, ଭବନାୀପାଟଣା ୪୧.୨ ସମେତ ନୟାଗଡ଼, ବଲାଙ୍ଗିର ଓ ତାଳଚେର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ୪୦.୭, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ସେଲସିୟସ ରହିଛି। ଭୁବନେଶ୍ବର ୩୭.୨ ଏବଂ କଟକ ୩୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଆସନ୍ତା ୨ ଦିନରେ ଆହୁରି ୨ ଡିଗ୍ରୀ ବଢ଼ିବ ପାରଦ। ଫଳରେ ଅଧିକ ସ୍ଥାନରେ ପାରଦ ୪୨ ଡିଗ୍ରୀ ଛୁଇଁବ।

- Advertisement -

ଏହାସହିତ ରାତି ତାପମାତ୍ରା ମଧ୍ୟ ୨-୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆସନ୍ତା ୬ ତାରିଖ ଯାଏଁ ତାତି ଅସ୍ତବ୍ୟସ୍ତ କରିବ। ମଙ୍ଗଳବାର କେତେକ ଅଞ୍ଚଳରେ ପାଗ କୋହଲା ଥିବାବେଳେ ସକାଳ ୯ଟାରୁ ଖରା ଅତି ପ୍ରଖର ହୋଇଥିଲା। ମଧ୍ୟାହ୍ନରେ ଜାଳି ଦେବା ପରି ତାତି ଅନୁଭୂତ ହୋଇଥିଲା।

ଅନ୍ୟପକ୍ଷରେ କେବଳ ଦିନରେ ଯେ ଝାଞ୍ଜି ପ୍ରବାହିତ ହେବ ତାହା ନୁହେଁ, ରାତିରେ ମଧ୍ୟ ଉଷ୍ମତା ବଢ଼ିବ। ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ରାତି ଉଷ୍ମତା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories