www.samajalive.in
Sunday, December 14, 2025
19.1 C
Bhubaneswar

ମାତୃଭୂମି ଓ ମାତୃଭାଷା ସର୍ବଦା ବନ୍ଦନୀୟ

ଗୁରୁଡିଝାଟିଆ: ମାତୃଭୂମି ଓ ମାତୃଭାଷା ସର୍ବଦା ବନ୍ଦନୀୟ। ଭାଷା, ସାହିତ୍ୟ, ସଂସ୍କୃତି ଗୋଟିଏ ଜାତିର ସମୃଦ୍ଧ କରିବା ସହିତ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ତ୍ୟାଗ, ତୀତିକ୍ଷା ଆତ୍ମବଳୀ ଦ୍ୱାରା ବହୁଦା ବିଭକ୍ତ ଉତ୍କଳକୁ ଏକତ୍ରୀକରଣ କରି ଭାଷା ଭିତ୍ତିକ ପ୍ରଦେଶ ଗଠନରେ ମହନୀୟ ଭୂମିକା ନିଭାଇଥିବା ମନୀଷିମାନେ ଆମ ପାଇଁ ପ୍ରାତଃ ସ୍ମରଣୀୟ ବୋଲି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୮ବର୍ଷ ପୂର୍ତ୍ତି ଉପଲକ୍ଷେ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ.ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ।

ଉତ୍ତମ ଶିକ୍ଷା ମଣିଷକୁ ସୁନାଗରିକ କରେ। ରାଷ୍ଟ୍ରପ୍ରୀତିଭାବ ଉଦ୍ରେକ କରିବା ସହ ଦେଶକୁ ପ୍ରଗତି ପଥରେ ଆଗେଇ ନିଏ। ଅଧ୍ୟୟନରତ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ମାତୃଭୂମି, ମାତୃଭାଷା, ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ଗୁରୁତ୍ୱ ଦେଇ କର୍ମକ୍ଷେତ୍ରରେ ଆଗକୁ ବଢିଚାଲିଲେ ମା ମାଟିର ଋଣ ସୁଝି ପାରିବେ। ଅଧ୍ୟନରତ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପାଇଁ ଲୋକ ସେବକ ମଣ୍ଡଳ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ଆଚାର୍ଯ୍ୟ ପ୍ରତିଶୃତି ଦେଇଥିଲେ।
ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରି ଉତ୍କଳ ଦିବସ ପାଳନର ଉଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ ଭାଷା ପ୍ରତି ସମ୍ମାନବୋଧ ଏବଂ ମାତୃଭୂମିର ଟେକ ରଖିବା ପାଇଁ କହିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡା.ପଦ୍ମଚରଣ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ, ପଡୋଶୀ ଭାଷାଭାଷୀ ଅଞ୍ଚଳର ଜୁଲମରେ ଅତିଷ୍ଠ ହୋଇପଡିଥିଲା ଉତ୍କଳ ମାତା। ଆମର ସ୍ୱତନ୍ତ୍ର ଭାଷାକୁ ନେଇ ବିଦ୍ରୂପ କରିବାକୁ ପଛାଇନଥିଲେ। ହେଲେ ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି ପ୍ରଭୃତି ବହୁ ମନୀଷିଙ୍କ କଷ୍ଟଲବ୍ଧ ସାଧନା ପାଇଁ ଆମେ ଆଜି ସ୍ୱତନ୍ତ୍ର ପ୍ରଦେଶ ପାଇପାରିଛେ। ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଭାଷା ପ୍ରତି ମନୋନିବେଶ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ।

- Advertisement -

ସେବିକା ଛାତ୍ରୀ ଜ୍ୟୋତିର୍ମୟୀ ବେହେରା ,ଅନନ୍ୟା ପଣ୍ଡା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ଆଧାରିତ ନୃତ୍ୟ ପରିବେଷଣ କରିବା ସଂଗେ ସଂଗେ ଉତ୍କଳ ଦିବସ ସଂପର୍କରେ ବିଦ୍ୟାର୍ଥୀମାନେ ନିଜସ୍ୱ ମତ ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷକ ବିକ୍ରମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories