www.samajalive.in
Monday, December 15, 2025
27.1 C
Bhubaneswar

ହୁମା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡ଼ିଆଠାରେ ହେଉଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ପ୍ରବଳ ଉତ୍ସାହ, ଉଦ୍ଧିପନା, ଜନସାମଗ ମଧ୍ୟରେ ରବିବାର ପୂର୍ବାହ୍ନରୁ ଆରମ୍ଭ ହୋଇଛି। ପଞ୍ଚୁ ଦୋଳ ଯାତ୍ରାକୁ ଯାଉଥିବା ସମସ୍ତ ଠାକୁର ନିଜ ନିଜର ସାହି ଗ୍ରାମ ବିରାଟ ଶୋଭାଯାତ୍ରାରେ ପରିକ୍ରମା ସାରି ହୁମାସ୍ଥିତ ଜାତୀୟ ରାଜପଥରେ ଏକତ୍ରିତ ହୋଇଥିଲେ। ସେଠାରୁ କ୍ରମାନ୍ୱୟରେ ଯାତ୍ରା ପଡ଼ିଆ ଅଭିମୁଖେ ଯାଇଥିଲେ। ଗଡ଼ ହୁମା ଛକ ନିକଟରେ ହରି ହର ଭେଟ କାର୍ଯ୍ୟକ୍ରମ ହୋଇଥିଲା। ପରେ ସମସ୍ତ ଠାକୁର ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ପୂର୍ବରୁ ନିର୍ଦ୍ଧାରିତ ଠାକୁରମାନଙ୍କ ସ୍ଥାନରେ ଠାକୁରମାନେ ବସିଥିଲେ। ତା’ପରେ ସମସ୍ତ ଠାକୁରଙ୍କ ଆଗରେ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଘଣ୍ଟ ମୃଦଙ୍ଗ ବାଦ୍ୟ ପରିବେଷଣ ହୋଇଥିଲା। ଅପରାହ୍ନରେ ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇଥିଲା। ତାହା ସୋମବାର ମଧ୍ୟାହ୍ନରେ ସମାପିତ ହେବ। ସୋମବାର ଦିନ ମହା ମିଳନ ପର୍ବ ଅନୁଷ୍ଠିତ ହେବା ପରେ ଯାତ୍ରା ସମାପିତ ହେବା ସହ ପୁଣି ପଟୁଆର ଯୋଗେ ଠାକୁରମାନେ ନିଜ ନିଜ ଗ୍ରାମକୁ ଫେରିବେ। ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁ ଭିଡ଼ ହୋଇଥିଲା। ଯାତ୍ରା କମିଟି ଓ ପୁଲିସ ପକ୍ଷରୁ ଶାନ୍ତି, ଶୃଙ୍ଖଳା ସହ ଯାତ୍ରା ପରିଚାଳନା କରାଯାଇଥିଲା। ଏହି ଯାତ୍ରାକୁ ହୁମା ଗ୍ରାମର ବିଭିନ୍ନ ସାହି ଯଥା ବଡ଼ ସାହି, ଗୋପୀନାଥ ସାହି, କେଉଟ ସାହି ଓ ଅନ୍ୟାନ ସାହିର ଛଅଟି ଠାକୁର ଏବଂ କଣ୍ଟିଆଗଡ଼, ଖଟୁଆ କୁଦା, ଝାଡ଼ କୁଦା, ଗଡ଼ ହୁମା, ବେଲପଡା, କଳାଯମୁନା, ଲୁଂଘୁରି ପ୍ରଭୃତି ଗ୍ରାମର ମୋଟ ୧୩ଠାକୁର ଏହି ଯାତ୍ରାକୁ ଆସିଥିଲେ। ସେହିପରି ଖଣ୍ଡ ଦେଉଳି ଗ୍ରାମରେ ଓ ବଳରାମପୁର ଗ୍ରାମରେ ମଧ୍ୟ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ ହେଉଛି। ରମ୍ଭା ଥାନା ପକ୍ଷରୁ ଯାତ୍ରା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories