www.samajalive.in
Saturday, December 6, 2025
23.1 C
Bhubaneswar

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁର ଧୀରମନ ବକୁଳଙ୍କ ପୁଅ ତ୍ରିନାଥ ବକୁଳଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ତ୍ରିନାଥ ଶନିବାର ମାଙ୍କୁ ବାଇକରେ ନେଇ ବଲାଙ୍ଗିର ତେଲିଗୋଠ ପଡ଼ାରେ ଚାଲିଥିବା ଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଟାଣ ଖରାରେ ବାଇକରେ ମା’ଙ୍କ ସହ ଗାଁକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ତ୍ରିନାଥ ଅସୁସ୍ଥ ହୋଇ ପଡ଼ିଥିଲେ। ଦେହରୁ ଝାଳ ବାହାରିବା ସହ ଶୋଷ ଅନୁଭବ କରିଥିଲେ। ପରିବାର ଲୋକେ ପାଣି ପିଆଇବା ପରେ ବି ସେ ସୁସ୍ଥ ହୋଇନଥିଲେ। ଶେଷରେ ତ୍ରିନାଥଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିନାଥ ଘରର ବଡ଼ପୁଅ ହୋଇଥିବାବେଳେ ତାଙ୍କ ପତ୍ନୀ, ୧ ବର୍ଷର ଶିଶୁପୁତ୍ର, ବାପା-ମାଁ, ସାନଭାଇ, ଅଜା-ଆଇ ଓ ସମ୍ପର୍କୀୟ ରହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅଂଶୁଘାତରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ନେଇ ବଡ଼ବାପା କାମଦେବ ବକୁଳ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶବ ଦେହରେ ଅଂଶୁଘାତର କୌଣସି ଲକ୍ଷଣ ନଥିବା ବ୍ୟବଚ୍ଛେଦ କରିଥିବା ଡାକ୍ତର ଚନ୍ଦନ ସାମନ୍ତରାୟ ପ୍ରକାଶ କରିଛନ୍ତି। ତ୍ରିନାଥଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ଅଂଶୁଘାତରେ ତ୍ରିନାଥଙ୍କ ମୃତ୍ୟୁ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବଲାଙ୍ଗିର ତହସିଲଦାର ସୁନୀଲ ମେହେରଙ୍କ ନିର୍ଦେଶକ୍ରମେ ଖୁଜେନପାଲି ରାଜସ୍ବ ନିରୀକ୍ଷକ ସ୍ବପ୍ନ ପୁଟେଲ ଗାଁରେ ପହଞ୍ଚି ପଚରାଉଚୁରା କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories