ବୌଦ୍ଧ : ବୌଦ୍ଧ ପୁଲିସ ୨୭ କିଲୋ ଗଂଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ଗାଡି ଯାଞ୍ଚ କରୁଥିବାବେଳେ ଏକ ଲୁନା ଗାଡିରେ ୨୦ କିଲୋ ଗଂଜେଇ ନେଇ ଯାଉଥିବା ଅନୁଗୋଳ ଜିଲା କିଶୋରନଗର ଥାନା ଅନ୍ତର୍ଗତ ପାଣ୍ଡ୍ରୁପଥର ଗ୍ରାମର ମାଗୁଣି ସାହୁ(୪୫)ଙ୍କ ନିକଟରୁ ଜବତ କରିଥିଲା।
ବୌଦ୍ଧ ଜିଲା କମିରା ଅଞ୍ଚଳରୁ ଉକ୍ତ ଗଂଜେଇ ଅନୁଗୋଳ ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି। ସେହିପରି ଏକ ପଲଶର ଯୋଗେ ୭ କିଲୋ ଗଂଜେଇ ନେଇ ଯାଉଥିବା କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ ଗାଡିପଡା ଗ୍ରାମର ଦୀପକ କୁମାର ଦିଗାଲ(୨୦) ଓ କୁମ୍ଭାରଖୋଲ ଗ୍ରାମର ଜଣେ ନାବାଳକ କିଆକଟା ପଟକୁ ଯାଉଥିବାବେଳେ ପୁଲିସ ସେମାନଙ୍କ ନିକଟରୁ ଜବତ କରିଥିଲା। ବୌଦ୍ଧଥାନା ପକ୍ଷରୁ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରିଥିବା ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି।



