ସାପ୍ତାହିକ ରାଶିଫଳ

ମେଷ: ରବିବାର କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେବ। ଆୟ ମଧ୍ୟମ ରହିବ। ସୋମବାର ଓ ମଙ୍ଗଳବାର ନୂତନ ନିଯୁକ୍ତି ମିଳିପାରେ। ପଦୋନ୍ନତି ମିଳିବ। ବୁଧବାର ଓ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଆଘାତ ପ୍ରାପ୍ତ ହେବେ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦେବେ ଓ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୂରଦେଶକୁ ଯାତ୍ରା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ଅତିବାହିତ ହେବ। ସୁସ୍ବାଦୁ ଭୋଜନପ୍ରାପ୍ତ କରିବେ। ବୁଧବାର ଓ ଗୁରୁବାର ଆଧ୍ୟାତ୍ମିକବାଦୀ ହେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ପାରିବାରିକ ଅଶାନ୍ତି ଦେଖାଦେବ। ସମସ୍ୟାରେ ଛନ୍ଦି ହୋଇପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ପାଠ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ଅନ୍ୟକୁ ସାହାଯ୍ୟ କରି ଆନନ୍ଦିତ ହେବେ। ଶ୍ରୀଯୁକ୍ତ ହେବେ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
କର୍କଟ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶାରୀରିକ ଅସୁସ୍ଥତା ଦେଖାଦେବ। ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦେଇପାରେ। ବୁଧବାର ଓ ଗୁରୁବାର ପାରିବାରିକ ସହଯୋଗ ପ୍ରାପ୍ତ ହେତୁ କିଛିଟା ସମସ୍ୟା ଦୂରୀଭୂତ ହେବ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଯାନବାହନର ସୌଖ୍ୟ ପ୍ରାପ୍ତିହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ପ୍ରେମରେ ସଫଳତା ଲାଭ କରିବେ। ଅବିବାହିତା ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ଶତ୍ରୁ ଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚେତନାରେ ଉଦ୍‌ବୁଦ୍ଧ ହେବେ। ଆୟ ବୃଦ୍ଧିହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
କନ୍ୟା:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଶୁଭଫଳ ଦେବ। ନୂତନ ଜମିବାଡ଼ି କ୍ରୟ କରିପାରନ୍ତି। ବୁଧବାର ଓ ଗୁରୁବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ସୁସମ୍ବାଦ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା ମାନହାନି ହୋଇପାରେ। ସାମାନ୍ୟ ତ୍ରୁଟି ଅସୁବିଧାରେ ପକାଇପାରେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ଚିନ୍ତା ଦୂରୀଭୂତ ହେବ। ନୂତନ ଚିନ୍ତାଧାରାଯୁକ୍ତ ହେବେ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତି ମିଳିପାରେ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ସମସ୍ୟା ଦୂରୀଭୂତ ହେବ। ପିଲାମାନେ କୃତିତ୍ବ ଅର୍ଜନ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବ ତାଣ୍ଡବ ପାଠ କରନ୍ତୁ।
ବିଛା: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବିବାଦରେ ପଡ଼ିପାରନ୍ତି। ସାମାନ୍ୟ କଥାକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ବୁଧବାର ଓ ଗୁରୁବାର କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ଆୟ ମଧ୍ୟମ ରହିବ। ଶୁକ୍ରବାର ଓ ଶନିବାର କର୍ମ ପ୍ରବଣତା ଆପଣଙ୍କର ଭୂଷଣ ହେବ। ବିକାଶଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଜରଙ୍ଗ ବାଣ ପାଠ କରନ୍ତୁ।
ଧନୁ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ବାନ୍ଧବଙ୍କ ସହଯୋଗ ଲାଭ ହେବ। ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟିତ ହେବେ। ବୁଧବାର ଓ ଗୁରୁବାର ସାବଧାନତା ଅବଲମ୍ବନ କରନ୍ତୁ। ଶତ୍ରୁ ଦ୍ବାରା କର୍ମକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବ। ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ପରିଶ୍ରମ ଜନିତ କ୍ଲାନ୍ତି ଅନୁଭୂତ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ମକର: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। ଭାବିଚିନ୍ତି କାର୍ଯ୍ୟ କରନ୍ତୁ ନଚେତ୍‌ ବିପଦରେ ପଡ଼ିବେ। ଦ୍ରବ୍ୟ ଚୋରିର ସମ୍ଭାବନା ରହିଛି। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ର ବ୍ୟାପକ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ବାକ୍‌ ସଂଯମତା ରକ୍ଷା କରନ୍ତୁ। କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ:ରବିବାର ଠାରୁ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଶ୍ରୀ ଲାଭ ହେବ। ବୁଧବାର ଓ ଗୁରୁବାର ମାଲିମକଦ୍ଦମାରେ ସମ୍ମୁଖୀନ ହୋଇପାରନ୍ତି। ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁଙ୍କ ଗହଣରେ ସମୟ ବିତିବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’କାଳୀଙ୍କ ସହସ୍ର ନାମ ପାଠ କରନ୍ତୁ।
ମୀନ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରଗତିରେ ପଥରୋଧ ହେବ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ବୁଧବାର ଓ ଗୁରୁବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତିହେବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ମାନହାନି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ସପ୍ତଶ୍ଳୋକୀ ଚଣ୍ଡୀ ପାଠ କରନ୍ତୁ।

Comments are closed.