www.samajalive.in
Sunday, December 14, 2025
19.1 C
Bhubaneswar

ଆସିଷ୍ଟାଣ୍ଟ ସେସନ୍ସ ଜଜଙ୍କ ଆଦେଶ ହାଇକୋର୍ଟରେ ରଦ୍ଦ, ୩୩ ବର୍ଷ ପରେ ଆବେଦନକାରୀ ଦୋଷମୁକ୍ତ

କଟକ: ଏନ୍‌‌ଡିପିଏସ୍‌‌ (ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ୍‌‌ ସବ୍‌‌ଷ୍ଟାନ୍‌‌ସେସ୍‌‌ ଆକ୍ଟ)-ମାମଲାର ଶୁଣାଣି ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଅଦାଲତରେ ହୋଇପାରିବ ନାହିଁ। ୩୩ବର୍ଷ ତଳେ ଏନ୍‌‌ଡିପିଏସ୍‌‌ ମାମଲାରେ ଜୟପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ ଦେଇଥିବା ଆଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି କରିଦେଇଛନ୍ତି। ଫଳରେ ଜୟପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଆଦେଶରେ ଦୁଇ ବର୍ଷ ଜେଲ୍‌‌ଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତ ବାଲ୍ମୀକି ରାଉତଙ୍କୁ ନିର୍ଦୋଷରେ ଛାଡ଼ ପାଇଁ  ଓଡ଼ିଶା ହାଇକୋର୍ଟ ଆଦେଶ ଦେଇଛନ୍ତି। ବାଲ୍ମୀକି ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଦେବବ୍ରତ ଦାସ ଏବଂ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି।

ଅଭିଯୁକ୍ତ ବାଲ୍ମୀକି ରାଉତ ୧୯୯୦ ମସିହାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋରାପୁଟର ଜୟପୁରଠାରେ ଅବକାରୀ ବିଭାଗ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲା। ତା’ ନିକଟରୁ ୬ପ୍ୟାକେଟ୍‌‌ର ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାର ଶୁଣାଣି ଜୟପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଅଦାଲତରେ ଶୁଣାଣି ହୋଇଥିଲା। ଅଦାଲତ ୧୯୯୧ ମସିହାରେ ରାୟ ପ୍ରକାଶ କରି ଅଭିଯୁକ୍ତ ବାଲ୍ମୀକି ରାଉତକୁ ୨ବର୍ଷ ଜେଲ୍‌‌ ଏବଂ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ଏହି ଆଦେଶ ବିରୋଧରେ ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା; କିନ୍ତୁ ଜଣିକିଆ ବିଚାରପତି ଏନ୍‌‌ଡିପିଏସ୍‌‌ ମାମଲା ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଅଦାଲତରେ ହୋଇପାରିବ ନାହିଁ ବୋଲି ମତ ଦେଇଥିଲେ।

- Advertisement -

ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଏକ ବୃହତ୍ତ ବେଞ୍ଚ୍‌‌ରେ ଶୁଣାଣିର ଆବଶ୍ୟକତା ରହିଥିବା କହି ଜଣିକିଆ ବିଚାରପତି ଏହାକୁ ମୁଖ୍ୟ ବିଚାରପତିଙ୍କ ନିକଟକୁ ଫେରୋଇ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ ନିର୍ଦେଶକ୍ରମେ ବିଚାରପତି ଦେବବ୍ରତ ଦାସ ଏବଂ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଥିଲା। ଅଦାଲତ ଏହି ମାମଲାରେ ରାୟ ପ୍ରକାଶ କରି ଜୟପୁର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories